
୧୨/୦୭/୨୧ (ଜିଲ୍ଲା ଖବର) : ଛେନା ଖାଇବାକୁ ସାଧାରଣତଃ ଅନେକ ଲୋକ ପସନ୍ଦ କରନ୍ତି । ଖାସ କରି ଶାକାହାରୀ ଲୋକଙ୍କର ପ୍ରଥମ ପସନ୍ଦ ହୋଇଥାଏ ଛେନା । ପ୍ରକୃତରେ ଛେନା କେବଳ ସ୍ୱାଦ ପାଇଁ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ବି ଉପକାରୀ । ଏଥିରେ ପ୍ରୋଟିନ , ଫସଫରସ, କ୍ୟାଲସିୟମ, ଫୋଲେଟ ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ । ଶରୀରକୁ ଅନେକ ରୋଗ ବେମାରୀରୁ ରକ୍ଷା କରିବାରେ ସାହାଯ୍ୟ କରେ ଛେନା । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
-ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ ଛେନା । କଂଚା ଛେନା ସେବନ କରିବା ଦ୍ୱାରା , ଏହା ଦୁର୍ବଳ ହାଡକୁ ଶକ୍ତ କରିବାରେ ସହାୟକ ହୁଏ । ଏଥିରେ କ୍ୟାଲସିୟମର ମାତ୍ରା ଅଧିକ ରହିଥାଏ ।
-ଥକ୍କାପଣ ଭଳି ସମସ୍ୟାର ସମ୍ମୁଖୀନ କରୁଥିଲେ, ଏଥିପାଇଁ କଂଚା ଛେନା ସେବନ କରିବା ବହୁତ ଲାଭଦାୟକ । ଏଥିରେ ପ୍ରୋଟିନ ଭରପୁର ରହିଥାଏ । ଏହା ଶରୀରରୁ ଥକ୍କାପଣ ଦୂର କରି ଏନର୍ଜି ପ୍ରଦାନ କରିଥାଏ ।
-ପ୍ରତିଦିନ କଂଚା ଛେନା ସେବନ କରିବା ଦ୍ୱାରା , ଏହା ଚାପଗ୍ରସ୍ତ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ।
-କଂଚା ଛେନା ପାଚନ ତନ୍ତ୍ରକୁ ଭଲ ରଖେ । ଏହା ସହିତ ପେଟ ଜନିତ ବିଭିନ୍ନ ସମସ୍ୟାକୁ ଦୂର କରେ କଂଚା ଛେନା ।
-ତ୍ୱଚା ପାଇଁ ବହୁତ୍ ଲାଭଦାୟକ କଂଚା ଛେନା । ତ୍ୱଚାକୁ ସୁସ୍ଥ, ସୁନ୍ଦର ରଖିବା ପାଇଁ, ପ୍ରତିଦିନ ନିଜ ଡାଏଟରେ କଂଚା ଛେନା ସାମିଲ କରି ପାରିବେ ।


