Saturday, November 14, 2026
Home ଆଞ୍ଚଳିକ ଶୁଷ୍କ ତ୍ୱଚାକୁ ନେଇ ଚିନ୍ତିତ କି ?

ଶୁଷ୍କ ତ୍ୱଚାକୁ ନେଇ ଚିନ୍ତିତ କି ?

11

୧୨/୦୭/୨୧ (ଜିଲ୍ଲା ଖବର) : ସୁସ୍ଥ ଓ ସୁନ୍ଦର ତ୍ୱଚାକୁ ନେଇ ଆଜିକାଲି ସମସ୍ତେ ବେଶ ସଜାଗ ବେଶ ରହୁଛନ୍ତି । କାହିଁକି ନାଁ, ତ୍ୱଚା ନଷ୍ଟ ହେଲେ, ସୌନ୍ଦଯ୍ୟ କମିଯାଏ । ଆଉ ଆଜିକାଲି କିଏବା ସୁନ୍ଦର ତ୍ୱଚା ପାଇବାକୁ ନଚାହେଁ । ତେବେ କିଛି ଲୋକ ନିଜର ଶୁଷ୍କ ତ୍ୱଚକୁ ନେଇ ବେଶ ଚିନ୍ତାରେ ରୁହନ୍ତି । ତେବେ ଆସନ୍ତୁ ଜାଣିବା ଶୁଷ୍କ ତ୍ୱଚାରୁ ରକ୍ଷା ପାଇବା ପାଇଁ , ଡାଏଟରେ କେଉଁସବୁ ଖାଦ୍ୟ ସାମିଲ କରିବା ଉଚିତ୍ ।

-ଶୁଷ୍କ ତ୍ୱଚାରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ନିଜ ଡାଏଟରେ କାକୁଡି ସାମିଲ କରିପାରିବେ । କଂଚା କାକୁଡି ହେଉ ବା କାକୁଡିରୁ ପ୍ରସ୍ତୁତ ଯେ କୌଣସି ବ୍ୟଞ୍ଜନ, ପ୍ରତିଦିନ ଖାଇ ପାରିବେ । କାହିଁକି ନାଁ, କାକୁଡିରେ ପ୍ରଚୁର ମାତ୍ରାରେ ଜଳୀୟ ଅଂଶ ରହିଥାଏ । ଯାହାକି ତ୍ୱଚାରୁ ଶୁଷ୍କପଣ ଦୂର କରିବାରେ ସାହାଯ୍ୟ କରେ ।  

-ପ୍ରତିଦିନ କମସେକମ୍ ୫ ରୁ ୬ ଲିଟର ପାଣି ପିଅନ୍ତୁ ।  ଅନେକ ସମୟରେ ଶରାରରେ ଜଳୀୟ ଅଂଶ ଅଭାବରୁ ମଧ୍ୟ ତ୍ୱଚା ଶୁଷ୍କ ହୋଇଥାଏ  ।

-ପ୍ରତିଦିନ ତଟକା ଫଳମୂଳ ଖାଇବା ଶୁଷ୍କ ତ୍ୱଚା ପାଇଁ ବହୁତ ଲାଭଦାୟକ ହୋଇଥାଏ ।

-ଶୁଷ୍କ ତ୍ୱଚାରୁ ରକ୍ଷା ପାଇବାକୁ ଚାହୁଁଥିଲେ, ନିଜ ଡାଏଟରେ ପାଣିରେ ଭିଜା ହୋଇଥିବା ଆଲମଣ୍ଡ, କାଜୁ, କିସମିସ ସେବନ କରିବା ଭଲ ।ଏହା ତ୍ୱଚାକୁ କମୋଳ ରଖିବାରେ ସାହାଯ୍ୟ କରେ ।