Saturday, November 14, 2026
Home ଆଞ୍ଚଳିକ ଆଜି ହେଉଛି ମହାପ୍ରଭୁଙ୍କର ଘୋଷଯାତ୍ରା, ଆରମ୍ଭ ହୋଇଛି ଧାଡ଼ି ପହଣ୍ଡି

ଆଜି ହେଉଛି ମହାପ୍ରଭୁଙ୍କର ଘୋଷଯାତ୍ରା, ଆରମ୍ଭ ହୋଇଛି ଧାଡ଼ି ପହଣ୍ଡି

4

୧୨/୦୭/୨୧ (ଜିଲ୍ଲା ଖବର) : ଆଜି ହେଉଛି ମହାପ୍ରଭୁଙ୍କର ଘୋଷଯାତ୍ରା। ଅଣସରରୁ ବାହାରିବା ପରେ ମାଉସୀ ଘର ପୋଡ଼ ପିଠା ଆଉ ଜନ୍ମବେଦି କଥା ମନେପଡ଼ିଛି ମହାପ୍ରଭୁଙ୍କର। ଧାଡ଼ି ପହଣ୍ଡିରେ ରଥ ଉପରକୁ ଛୁଟିଆସିବେ ରତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ସୁଦର୍ଶନଙ୍କ ପରେ ଆରମ୍ଭ ହୋଇଛି ବଳଭଦ୍ରଙ୍କର ପହଣ୍ଡି। ସିଂହଦ୍ୱାରରୁ ଧିରେ ଧିରେ ସେବାୟତଙ୍କ ହାତରେ ବାହାରି ଆସୁଛନ୍ତି ବଡ଼ ଠାକୁର ବଳଭଦ୍ର।

ବଡ଼ଦାଣ୍ଡରେ ଘଡ଼ ଘଡ଼ ହୋଇ ଜନ୍ମବେଦିକୁ ଗଡ଼ିଯିବେ ନଟିଆ ଠାକୁର ନଟବର। ବଡ଼ଦାଣ୍ଡରେ ପ୍ରସ୍ତୁତ ୩ ରଥ। ପଥବି ତା ଛାତି ଉପରେ ରଥକୁ ଗଡ଼ାଇବା ପାଇଁ ପୁରା ପ୍ରସ୍ତୁତ ହୋଇ ରହିଛି। କିନ୍ତୁ ଗତ ବର୍ଷ ପରି ଚଳିତ ବର୍ଷ ବି ବିନା ଭକ୍ତରେ ରଥଯାତ୍ରା ହେଉଛି।