Sunday, November 15, 2026
Home ଆଞ୍ଚଳିକ ୬ ମାସର ହେଲେ ବାମିକା

୬ ମାସର ହେଲେ ବାମିକା

7

ନୂଆଦିଲ୍ଲୀ,୧୨/୦୭/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ତାଙ୍କ ସ୍ୱାମୀ ବିରାଟ କୋହଲି ସବୁବେଳେ କିଛି ନାଁ କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଆଉ ଯେବେଠାରୁ ତାଙ୍କ ଜୀବନରେ କୁନି ବାମିକା ଆସିଛି, ତା ପରଠାରୁ ବାମିକାକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି । ତେବେ ନିକଟରେ ୬ ମାସର ହୋଇ ଯାଇଛନ୍ତି ବାମିକା  । ମାନେ ବାମିକାଙ୍କୁ ୬ ମାସ ପୁରା ହୋଇଛି । ନିକଟରେ ବିରୁଷ୍କା ଓ ବାମିକାଙ୍କର କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଦୁହେଁ ବାମିକାଙ୍କ ସହିତ ଏକଦମ୍ ମସ୍ତି କରୁଥିବା ନଜର ଆସୁଛନ୍ତି । ଅନୁଷ୍କା ଶର୍ମା ଏହି ଫଟୋ ଗୁଡିକୁ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।  

ସେ ଏହି ଫଟୋ ସେୟାର କରି ସେ କହିଛନ୍ତି  କି, ବିରାଟ ଓ ତାଙ୍କ ଜୀବନରେ ବାମିକା ଆସିବାର ୬ ମାସ ପୁରି ଯାଇଛି । ଏହା ସହିତ ସେ ଲେଖିଛନ୍ତି ଯେ, ‘ ତାର ଟିକେ ହସ ଆମର ପୁରା ଦୁନିଆଁ ବଦଳାଇପାରେ । ଯେତିକି ପ୍ୟାରଭରା ଅନ୍ଦାଜରେ ତୁ ଆମକୁ ଦେଖୁ ନହ୍ନି ପରୀ ‘ । ତାଙ୍କର ଏହି ପୋଷ୍ଟକୁ ଫ୍ୟାନ୍ସ ମାନେ ବେଶ ପସନ୍ଦ କରିବା ସହିତ, ନିଜ ନିଜର ରିଆକ୍ସନ ଦେଉଛନ୍ତି ।