Monday, November 16, 2026
Home ଆଞ୍ଚଳିକ ରଥଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ରଥଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

5

୧୨/୦୭/୨୧ (ଜିଲ୍ଲା ଖବର) : ଆଜି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ନବଦିନାତ୍ମକ ଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ଜନ୍ମବେଦୀଙ୍କୁ ଯିବେ କାଳିଆ ଠାକୁର। ଭକ୍ତିମୟ ପରିବେଶରେ ବଡଦାଣ୍ଡ ଉଛୁଳି ପଡ଼ୁଛି । କରୋନା କଟକଣା ପାଇଁ ବିନା ଶ୍ରଦ୍ଧାଳୁରେ ରଥଯାତ୍ରା ଅନୁଷ୍ଠିତ ହେଉଛି । ଏହା ସତ୍ତ୍ୱେ ଘଣ୍ଟ, ଘଣ୍ଟା, କାହାଳୀ ବାଜାରେ ପ୍ରକମ୍ପିତ ହେଉଛି ସାରା ପରିବେଶ। ଗତ ବର୍ଷ ପରି ଚଳିତ ଥର ମଧ୍ୟ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ କରୋନା ଫାଟ ଦେଖିବାକୁ ମିଳିଛି। ସମସ୍ତ କରୋନା କଟକଣାକୁ ଦୃଷ୍ଟିରେ ରଖି ପାଳନ ହେଉଛି ରଥଯାତ୍ରା।

ତେବେ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି ଯେ, ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଭଲରେ ଓ ଖୁସିରେ ରଖନ୍ତୁ ।