Home ଆଞ୍ଚଳିକ ବ୍ରହ୍ମପୁରଠାରେ ନଭେମ୍ୱର 3ରେ ଜାତୀୟ ସ୍କେଟିଂ ପ୍ରତିଯୋଗୀତା ପାଇଁ ସ୍କେଟର ଚୟନ ଶିବିର ଅନୁଷ୍ଠିତ ହେବ...

ବ୍ରହ୍ମପୁରଠାରେ ନଭେମ୍ୱର 3ରେ ଜାତୀୟ ସ୍କେଟିଂ ପ୍ରତିଯୋଗୀତା ପାଇଁ ସ୍କେଟର ଚୟନ ଶିବିର ଅନୁଷ୍ଠିତ ହେବ ।

40


ବ୍ରହ୍ମପୁର (ଜିଲ୍ଲା ଖବର) : 57ତମ  ଜାତୀୟ ରୋଲର ସ୍କେଟିଂ ଚମ୍ପିୟାନସିପ୍ ଡିସେମ୍ୱର ମାସ 15 ତାରିଖଠାରୁ 24 ତାରିଖ ପର୍ଯ୍ୟନ୍ତ ବିଶାଖାପାଟନମ୍ ଠାରେ ଅନୁଷ୍ଠିତ ହେବାକୁ ଯାଉଛି  ।  ଏହି ଚମ୍ପିୟଆନସିପରେ 15 ତାରିଖରୁ 17 ପର୍ଯ୍ୟନ୍ତ କ୍ୟାଡେଟ୍ ଗ୍ରୁପ୍  ଓ 18ତାରିଖରୁ 24 ତାରିଖରେ ସବ୍ ଜୁନିୟର, ଜୁନିୟର,ସିନିୟର ଓ ମାଷ୍ଟର ଗ୍ରୁପର ଅନୁଷ୍ଠିତ ହେବ  । ଏହି ପ୍ରତିଯୋଗୀତାକୁ ଆନ୍ଧ୍ରପ୍ରଦେଶ ରୋଲର ସ୍କେଟିଂ ଆସୋସିଏସନ ପରିଚାଳନା କରୁଥିବା ବେଳେ ରୋଲର ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ କରାଯାଉଛି  ।  ଏହି ଚମ୍ପିୟଆନସିପରେ ଓଡ଼ିଶାର ସସସ୍ତ ବର୍ଗର ସ୍କେଟର ମାନେ ଅଂଶ ଗ୍ରହଣ କରିବେ  । ଏଥି ପୂର୍ବରୁ ବ୍ରହ୍ମପୁରଠାରେ ରାଜ୍ୟ ସ୍ତରୀୟ ଏକ ଚୟନ ଶିବିର ଆସନ୍ତା ମାସ 3 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି  । ଏହି ଚୟନ ଶିବିର ବ୍ରହ୍ମପୁର ଉପକଣ୍ଠ ଭାବନ୍ଧଠାରେ ଥିବା ଗାନ୍ଧୀ ସ୍କୁଲ ଅଫ୍ ଇଞ୍ଜିନିୟରିଂ କଲେଜ ପରିସରରେ ଅନୁଷ୍ଠିତ ହେବ  । ଏଥିରେ 5 ବର୍ଷରୁ 17 ବର୍ଷର ସ୍କେଟର ଓ ତାଠାରୁ ଅଧିକା ବର୍ଗର ସ୍କେଟର ଅଂଶ ଗ୍ରହଣ କରିପାରିବେ  । ଏହି ଚୟନ ଶିବିରକୁ ଗଞ୍ଜାମ ଜିଲ୍ଲା ରୋଲର ସ୍କେଟିଂ ଆସୋସିଏସନ ପରିଚାଳନା କରୁଥିବା ବେଳେ ରୋଲର ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆର ଓଡ଼ିଶା ୟୁନିଟର ସହକାରୀ ସଂଯୋଜକ ଅମିତ ଶର୍ମାଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହେବ  । ଏଥିପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 2ଶହରୁ ଅଧିକା ସ୍କେଟର ମାନେ ଏହି ଚୟନ ଶିବିରରେ ଅଂଶ ଗ୍ରହଣ କରିବେ   ।ଏହା ସହ ଏହି ଚୟନ ଶିବିର ସମ୍ପର୍କରେ ଅଧିକା ଜାଣିବା ପାଇଁ ଏହି ମୋବାଇଲ ନମ୍ୱର – 9778666021ରେ ଯୋଗାଯୋଗ କରିପାରିବେ  । ଓଡ଼ିଶା ସ୍କେଟିଂ ଟିମ୍ ପାଇଁ କିଭଳି ଅଧିକାରୁ ଅଧିକା ସ୍କେଟରମାନେ ଜାତୀୟ ପ୍ରତିଯୋଗୀତାରେ ଭାଗ ନେବେ ସେଥିପାଇଁ ସମସ୍ତ ବର୍ଗର ସ୍କେଟରମାନେ ଏହି ଚୟନ ଶିବିରରେ ଅଂଶ ଗ୍ରହଣ କରିବା ଲାଗି ରୋଲର ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆର ଓଡ଼ିଶା ୟୁନିଟ ପକ୍ଷରୁ ଆହ୍ୱାନ କରାଯାଉଛି  ।