Thursday, November 12, 2026
Home ଆଞ୍ଚଳିକ ଆରମ୍ଭ ହୋଇ ଯାଇଛି ’ପବିତ୍ର ରିସ୍ତା ୨’ର ସୁଟିଂ

ଆରମ୍ଭ ହୋଇ ଯାଇଛି ’ପବିତ୍ର ରିସ୍ତା ୨’ର ସୁଟିଂ

5

ନୂଆଦିଲ୍ଲୀ, ୧୨/୦୭/୨୧ (ଜିଲ୍ଲା ଖବର) : ଆରମ୍ଭ ହୋଇ ଯାଇଛି ଲୋକପ୍ରିୟ ଟେଲି ଧାରାବାହିକ’ପବିତ୍ର ରିସ୍ତା ୨’ ସୁଟିଂ । ଯାହାର କିଛି ଫଟୋ ସାମ୍ନାକୁ ଆସିଛି । ଉକ୍ତ ଫଟୋରେ ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେ ‘ଅର୍ଚ୍ଚନା’  ଏବଂ  ଶାହିର ସୈଖ୍ ‘ମାନବ’ ଭୂମିକାରେ ନଜର ଆସୁଛନ୍ତି । ଏହା ପୂର୍ବରୁ ଅଙ୍କିତା ଏବଂ ସ୍ବର୍ଗତଃ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ‘ପବିତ୍ର ରିସ୍ତା’ରେ ଏହି ଚରିତ୍ରରେ ଦେଖିବାକୁ ମିଳିଥିଲା । ଏହି ଧାରାବାହିକରେ ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ସୁଶାନ୍ତଙ୍କ ଦେହାନ୍ତ ପରେ, ତାଙ୍କୁ ଟ୍ରିବ୍ୟୁଟ ଦେଇ ଏକତା କପୁର ‘ପବିତ୍ର ରିସ୍ତା ୨’ର ଘୋଷଣା କରିଥିଲେ ।

ଭାଇରାଲ ହେଉଥିବା ଫଟୋରେ ଅଙ୍କିତା, ଅର୍ଚ୍ଚନା ଓ ଶାହିର, ମାନବ କ୍ୟାରେକ୍ଟରରେ ନଜର ଆସୁଛନ୍ତି । ତେବେ ସୁଶାନ୍ତ ସିଂ ରାଜପୁତଙ୍କ ପରିବର୍ତ୍ତେ ମାନବ ଚରିତ୍ରରେ ଶାହିର ସୈଖଙ୍କୁ କିଛି ଦର୍ଶକ ପସନ୍ଦ କରୁଥିବା ବେଳେ, ଆଉ କିଛି ଦର୍ଶକ ଏହାକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ।