
୧୨/୦୭/୨୧ (ଜିଲ୍ଲା ଖବର) : ଆଜି ଘୋଷଯାତ୍ରା। ପୁରୀ ସହର ଆଜି ଜଗନ୍ନାଥମୟ। ଧାଡି ପହଣ୍ଡିରେ ହଳଦୀ ମୁହିଁ ଦେବୀ ସୁଭଦ୍ରା ଇତି ମଧ୍ୟରେ ରଥାରୁଢ଼ ହୋଇସାରିଛନ୍ତି ।
ପ୍ରଥମେ ଚକ୍ରରାଜ, ପରେ ବଡଭାଇ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା ।ଦେବଦଳନ ରଥରେ ବିଜେ କରିଛନ୍ତି ମାଆ ସୁଭଦ୍ରା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମାଆ ସୁଭଦ୍ରା ଦେବଦଳନ ରଥରେ ସ୍ଥାପନା କରିବା ପରେ ବଡଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଗୁଣ୍ଡିଚାଘରୁ ଅଣାଯାଇଛି ।


