Sunday, November 15, 2026
Home ଆଞ୍ଚଳିକ ଜନ୍ମଦିନରେ ଏଭଲିନଙ୍କୁ ମିଳିଲା ସ୍ୱତନ୍ତ୍ର ଉପହାର

ଜନ୍ମଦିନରେ ଏଭଲିନଙ୍କୁ ମିଳିଲା ସ୍ୱତନ୍ତ୍ର ଉପହାର

7

ନୂଆଦିଲ୍ଲୀ, ୧୨/୦୭/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଏଭଲିନ ଶର୍ମାଙ୍କ ଆଜି ଜନ୍ମଦିନ । ୧୨ ଜୁଲାଇ ୧୯୮୬ରେ ଜର୍ମାନୀରେ ସେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୩୫ତମ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନ ପୂର୍ବରୁ ହିଁ ଏଭଲିନଙ୍କୁ ଏକ ଖାସ୍ ଉପହାର ମିଳିଛି ।  ମା’ ହେବାକୁ ଯାଉଛନ୍ତି ଏଭଲିନ ଶର୍ମା । ଏହି ଖୁସି ଖବର ସେ ଫ୍ୟାନ୍ସମାନଙ୍କ ସହ ସେୟାର କରିଛନ୍ତି । ଏହା ତାଙ୍କ ପାଇଁ ତାଙ୍କ ଜନ୍ମଦିନର ସବୁଠାରୁ ଖାସ୍ ଉପହାର ବୋଲି ମଧ୍ୟ ସେ କହିଛନ୍ତି । ତେବେ ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କର କିଛି ଖାସ୍ କଥା ।

କଲେଜ ସମୟରୁ ମଡେଲିଂ କରିବାକୁ ପସନ୍ଦ କରୁଥିଲେ ଏଭଲିନ୍ । ଏହାରି ମଧ୍ୟରେ ସେ କିଛି କସମେଟିକ୍ସ ବ୍ରାଣ୍ଡସ୍ ପାଇଁ ମଡେଲିଂ କରିବା ଆରମ୍ଭ କରିଥିଲେ । ବଲିଉଡ ଫିଲ୍ମ’ From Sydney with Love ’ ମାଧ୍ୟମରେ ସେ ଡେବ୍ୟୁ କରିଥିଲେ । ଏହା ପୂର୍ବରୁ ସେ ‘Turn left’ ନାମକ ଏକ ଇଂରାଜୀ ଫିଲ୍ମ ମାଧ୍ୟମରେ ସିନେମାରେ ପ୍ରବେଶ କରିଥିଲେ । ଏହାପରେ ସେ ଆଉ କିଛି ଫିଲ୍ମରେ ମଧ୍ୟ କାମ କରିଛନ୍ତି । ୧୫ ମଇରେ ସେ ତୁଷାନ ଭିଣ୍ଡିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେର ସାରା ଶୁଭକାମନା ।