
୧୨/୦୭/୨୧ (ଜିଲ୍ଲା ଖବର) : ଚକାଆଖିର ଦର୍ଶନ କରି ଭକ୍ତ ମନ ଆନନ୍ଦରେ କାନ୍ଦୁଛି, ଆନନ୍ଦରେ ନାଚୁଛି । ଭକ୍ତର ପ୍ଲାବିତ ଭାବାବେଗ ଭଳି ମଣିମାଙ୍କ ନୀତି ବି ବଢିବଢି ଚାଲିଛି । ମହାପ୍ରଭୁ ଜଗନ୍ନାଥ ପହଣ୍ଡି ବିଜେ କରିବା ପରେ ନନ୍ଦିଘୋଷ ରଥରେ ଆରୁଢ ହୋଇଛନ୍ତି । ରଥର ପ୍ରଭାପଟାରେ ମହାପ୍ରଭୁଙ୍କୁ ରୁନ୍ଧା ଯାଉଛି।
ଏହି ରୁନ୍ଧା ଶବ୍ଦଟିର ଅର୍ଥ ପ୍ରାୟତଃ ଅଧିକାଂଶ ଲୋକଙ୍କୁ ଜଣା ନଥାଏ। ବାସ୍ତବରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବାକୁ ଦେଉଳ ଭିତରେ ଶୁଆଥଣ୍ଟିଆ ବନ୍ଧା ଯାଉଥିବା ବେଳେ ରଥ ଉପରେ ଥିବେ ପ୍ରଭା ପଟାରେ ବନ୍ଧନ କରାଯାଇଥାଏ। ଯାହାକୁ ରୁନ୍ଧା ନୀତି କୁହାଯାଏ।


