Monday, November 16, 2026
Home ଆଞ୍ଚଳିକ ଚିତା ପିନ୍ଧିଲେ କଳା ସାଆନ୍ତେ, ଝଟକିଲା କଳାଶ୍ରୀମୁଖ

ଚିତା ପିନ୍ଧିଲେ କଳା ସାଆନ୍ତେ, ଝଟକିଲା କଳାଶ୍ରୀମୁଖ

13

୧୨/୦୭/୨୧ (ଜିଲ୍ଲା ଖବର) : ଶ୍ରୀ ଜଗନ୍ନାଥ ବଡ଼ ହଟିଆ ଦିଅଁ ବଡ ରସିକ ଦିଅଁ। ଆମେ ଯେମିତି ବାହାରକୁ ଗଲାବେଳେ ସଜବାଜ ହେଉ, ଆମ ଦିଅଁ ବି ସେମିତି ସଜବାଜ ହୁଅନ୍ତି । ମଲ୍ଲୀ, ଚମ୍ପା, ପଦ୍ମ ଫୁଲରେ ସଜେଇ ହେଲେ ବି ମନ ତାଙ୍କର ଅଳଙ୍କାରରେ। ସେଇଥିପାଇଁ ତ ଆମ ଦିଅଁ କୋଟି କୋଟି ଐଶ୍ୱର୍ଯ୍ୟର ଅଧିକାରୀ ହୋଇ ବି ମଥାରେ ଧାରଣ କରନ୍ତି ସୋଲର ଚିତା।

ପାଟରା ସେବକମାନେ ସୋଲ ଚିତାମାନ ଶ୍ରୀଛାମୁରେ ମଣତି କରିବା ପରେ ତ୍ରୀମୁଣ୍ଡିରେ ଲାଗି ହୋଇଥାଏ ଚିତା। ଦେବସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁଙ୍କ ମଥାରେ ଥିବା ଦିବ୍ୟ ଧାତୁ ଚିତାମାନ ଉଲାଗି କରାଯାଇଥାଏ। ଯାହାକି ପୂନର୍ବାର ଚିତାଲିଲାଗି ଅମାବାସ୍ୟାରେ ଶ୍ରୀଅଙ୍ଗଲାଗି ହୁଏ। ଆଉ ତମାମ ରଥଯାତ୍ରା ଅବଧି ଭିତରେ ମଣିମା ଏହି ସୋଲ ଚିତା ଲଗାଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି।