
୧୨/୦୭/୨୧ (ଜିଲ୍ଲା ଖବର) : ମହାପ୍ରଭୁ ଜଗନ୍ନାଥଙ୍କ ପ୍ରମୁଖ ଚଳନ୍ତି ପ୍ରତିମା ଶ୍ରୀ ମଦନ ମୋହନ ଠାକୁର । ଏ ହିଁ ସମସ୍ତ ନୀତିରେ ମହାପ୍ରଭୁଙ୍କ ନୀତି ସମ୍ପାଦନ କରିଥାନ୍ତି। ଚାପ ଚନ୍ଦନ, ରଥ ହେଉ କି ରୁକ୍ମଣୀ ହରଣ ନୀତି। ସବୁଥିରେ ମହାପ୍ରଭୁଙ୍କ ପ୍ରମୁଖ ପ୍ରତିନିଧି ଭାବେ ଯୋଗ ଦିଅନ୍ତି ଶ୍ରୀ ମଦନ ମୋହନ। ଏ ଦେଉଳରେ ଅନୁପସ୍ଥିତ ରହିଲେ ମହାପ୍ରଭୁଙ୍କ ନୀତି ଆଗକୁ ବଢିପାରେ ନାହିଁ ।
ଶ୍ରୀ ମଦନ ମୋହନ ନନ୍ଦିଘୋଷ ରଥରେ ଶ୍ରୀ ଜଗନ୍ନାଥଙ୍କ ପାଦତଳେ ବସି ଗୁଣ୍ଡିଚା ମନ୍ଦିରକୁ ବିଜେ କରନ୍ତି। ସେହିପରି ଶ୍ରୀ ରାମକୃଷ୍ଣ ବିଗ୍ରହ ବଳଭଦ୍ରଙ୍କ ରଥରେ ବିଜେ କରି ଗୁଣ୍ଡିଚା ଯାତ୍ରାରେ ସାମିଲ ହୁଅନ୍ତି।


