Monday, November 16, 2026
Home ଆଞ୍ଚଳିକ ଶ୍ରୀମନ୍ଦିର ଆସନ ପାରି ବସୁଥିବା ସନ୍ଥ, ହାତ ଯୋଡି ନତମସ୍ତକ ହୁଅନ୍ତି

ଶ୍ରୀମନ୍ଦିର ଆସନ ପାରି ବସୁଥିବା ସନ୍ଥ, ହାତ ଯୋଡି ନତମସ୍ତକ ହୁଅନ୍ତି

4

୧୨/୦୭/୨୧ (ଜିଲ୍ଲା ଖବର) :  ଏଠି ସବୁ ଧର୍ମ, ସବୁ ଦର୍ଶନ ଏକାକାର ହୋଇଛନ୍ତି । ସେଥିପାଇଁ ମହାପ୍ରଭୁ ଜଗନ୍ନାଥ ସର୍ବମୟ ବ୍ରହ୍ମ। ୯ମ ଶତାଦ୍ଦୀରେ ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟ ଶ୍ରୀକ୍ଷେତ୍ର ଆସି ଶ୍ରୀ ଜଗନ୍ନାଥଙ୍କ ଶରଣାପନ୍ନ ହୁଅନ୍ତି। ସୋନପୁରରେ ପାତାଳୀ ହୋଇଥିବା ଶ୍ରୀ ବିଗ୍ରହଙ୍କୁ ପୁନଃ ସଂସ୍ଥାପନ କରନ୍ତି। ତେଣୁ ତାଙ୍କର ଅଧିକାର ଶ୍ରୀମନ୍ଦିର ନୀତିରେ ସର୍ବାଚ୍ଚ। ସେ ହିଁ ଏକମାତ୍ର ବ୍ୟକ୍ତି ଯେ, ଶ୍ରୀମନ୍ଦିର ଭିତରେ ଆସନ ପାରି ବସିବାର ଅଧିକାର ପାଇଛନ୍ତି।

ରଥଯାତ୍ରାରେ ମଧ୍ୟ ଜଗନ୍ନାଥ ରଥାରୁଢ ହେବା ପରେ ତାଙ୍କ ଦର୍ଶନର ବିଧି ରହିଛି। ବର୍ତ୍ତମାନର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ, ରଥାରୁଢ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଆଶିର୍ବାଦ ମାଳ ସ୍ବରୂପ ମହାପ୍ରଭୁଙ୍କ ଶ୍ରୀଅଙ୍ଗମାଳ ନେଇଛନ୍ତି।