
ବାଲିଗୁଡ଼ା,11/07- {ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ନିକଟସ୍ଥ ସଖିପଡା ନିକଟସ୍ଥ ଜଙ୍ଗଲକୁ ଛତୁ ଗୋଟାଇ ଫେରୁଥିବାବେଳେ ଜଗବନ୍ଧୁ ବେହେରା ନାମକ ଜୈନକ ଯୁବକ ଦୁଇଜଣ ଯୁବତୀଙ୍କୁ ଅସଦ ବ୍ୟବହାର କରିବା ସହ ପିଛା କରି ଯୁବତୀଙ୍କ ଘର ପାଖକୁ ଯିବା ଫଳରେ ଯୁବତୀଙ୍କ ମା ପ୍ରତିବାଦ କରିବାରୁ ଜଗବନ୍ଧୁ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିବା ଫଳରେ ସେ ଗୁରୁତର ଆହତ ହୋଇ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତୀ ହୋଇଛନ୍ତି । ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଫିରିଙ୍ଗଆ ଥାନାରେ ଏତେଲା ଦେବା ପରେ ପୋଲିସ 78/21ରେ ଧାରା 341,294, 323, 354 ଏ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତକୁ ତୁରନ୍ତ ରିରଫ କରିବାକୁ ପିଡିତା ଙ୍କ ପରିବାର ଦାବୀ କରିଛନ୍ତି।



