Wednesday, October 14, 2026
Home ଆଞ୍ଚଳିକ ଲୀଭିଂଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନ ପକ୍ଷରୁ ବନ ମହତ୍ସବ ଦିବସ ପାଳନ ଓ ବୃକ୍ଷ ରୋପଣ

ଲୀଭିଂଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନ ପକ୍ଷରୁ ବନ ମହତ୍ସବ ଦିବସ ପାଳନ ଓ ବୃକ୍ଷ ରୋପଣ

10

ବାଲିଗୁଡ଼ା,11/07 { ସୁକାନ୍ତ କୁମାର ତ୍ରିପାଠୀ } : ସାରା ରାଜ୍ୟରେ ବନ ମହୋତ୍ସବ ସପ୍ତାହ ପାଳନ ଜାରିରହିଥିବା ବେଳେ କନ୍ଧ ମାଳ ଜିଲ୍ଲା ର ଲୀଭିଂଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନ ତରଫରୁ ଗତ ତା ୦୧/୦୭ ରୁ ୧୦/୦୭/୨୦୨୧ ରିଖ ପଯ୍ୟନ୍ତ ବାରଖମା ଗ୍ରାମପଞ୍ଚିୟତ ବିଭିନ୍ନ ଖାଲି ପଡ଼ିଆରେ ବୃକ୍ଷ ରୋପଣ କରି ଆସୁଛନ୍ତି। ଆଜି ଲୀଭିଂଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନ ପକ୍ଷରୁ ଯେଉଁ ହାଉସ ଅପ ଲୋଭ ଅନାଥ ଆଶ୍ରମରେ ଵୃକ୍ଷ ରୋପଣ କରାଯାଇଛି। ଏହି କାର୍ଯ୍ୟ କ୍ରମରେ କୁନି କୁନି ପିଲାମାନେ ଓ ସେଠାକାର କର୍ମୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଔଷଧୀୟ , ଫଲ ,ଫୁଲ ଓ ପ୍ରାକୃତିକ ସନ୍ଦରଜିୟ ବୃକ୍ଷ ର ଚାରରୋପଣ କରାଯାଇଛି । ଏହି ସମସ୍ତ ଗଛ ବାଲିଗୁଡାର ସେଣ୍ଟର ବନ ବିଭାଗ ଉଡିୟନ ରୁ ବିନମୂଲ୍ୟରେ ଆଣି ପ୍ରାକୃତିକ କୁ ସଯାଇବରେ ଆଗେଇ ଆସିଛି ଲୀଭିଂଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନ, ଯାହାକି ବାରଖମାରେ ଉପସ୍ଥିତ । ଏହି ଅନୁଷ୍ଠାନ ଲଖିୟ ଏହି ଯେ, କନ୍ଧମାଳ ଜିଲ୍ଲାରେ କ୍ଷୟ ହେଉଥିବା ସବୁଜ ବନାନୀ କୁ ଗଢି ତୋଳିବାପାଇଁ ଏହି ପ୍ରୟାସ ଆରମ୍ଭ କରାଯାଇଛି, ଏହା ବାରଖମା ପ୍ରତେକ ଗ୍ରାମର କୋଣ ଅନୁକୋଣରେ ରହିଥିବା ଗ୍ରାମ ଗୁଡିକରେ ଅଧିବାସୀ ମାନଙ୍କପାଇଁ ବାର୍ତା ପହଞ୍ଚାଇ ନିଜେନିଜେ ଅନ୍ତତଃ ଗୋଟିଏ ଲେଖାଏଁ ଗଛ ଲଗାଇ ପରିବେଶ ସୁରକ୍ଷା କରିବା ଦିଗରେ ସଚେତନ ହେବେ ବୋଲି ଅନୁଷ୍ଠାନ ପଦକ୍ଷେପ ନେଇଛି ।