Wednesday, October 14, 2026
Home ଅପରାଧ ଠକକୁ ଉଦ୍ଧାର କରି ବାନ୍ଧିଲା ପୋଲିସ

ଠକକୁ ଉଦ୍ଧାର କରି ବାନ୍ଧିଲା ପୋଲିସ

8

ଭୁବନେଶ୍ୱର, ୧୧/୦୭/୨୧ (ଜିଲ୍ଲା ଖବର) :  ଚାକିରି ନାଁ ରେ ଠକେଇ ପରେ ଠକକୁ ଅପହରଣ । ରାଜଧାନୀରେ ପୋଲିସ ଚାକିରି କରାଇବାକୁ କହି ହୋଇଥିଲା ଠକେଇ । କିନ୍ତୁ ଜଣେ ଯୁବକଙ୍କୁ ଠକିଥିବା ବ୍ୟକ୍ତିକୁ ହିଁ ଅପହରଣ କରାଯାଇଥିଲା । ପତ୍ନୀଙ୍କ ଏତଲା ପରେ ଅପହରଣକାରୀଙ୍କଠାରୁ ଠକ ସ୍ୱାମୀ ସଦାନନ୍ଦଙ୍କୁ ଉଦ୍ଧାର କରି ବାନ୍ଧିଲା  ଚନ୍ଦକା ପୋଲିସ ।

ଏଭଳି  ଅଭାବନୀୟ ଘଟଣାକୁ ନେଇ ସ୍ୱାମୀର କଳା କାରନାମାର ତଦନ୍ତ କରୁଛି ଚନ୍ଦକା ଥାନା ପୋଲିସ ପତ୍ନୀ ରଶ୍ମିତା ବେହେରାଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀଙ୍କୁ ଅପହରଣ ଅଭିଯୋଗ ପରେ ଆରମ୍ଭ ହୋଇଥିଲା ପୋଲିସର ତଦନ୍ତ ।  ଦୁଇ ଅପହରଣକାରୀଙ୍କୁ ପୋଲିସ ଚାକିରୀ କରାଇଦେବାକୁ କହି ସେ ତିନି ଲକ୍ଷ ଠକିଥିଲେ । ତେବେ ଖୋର୍ଦ୍ଧାରୁ ଅପହରଣକାରୀଙ୍କ କବଳରୁ ତାଙ୍କୁ ଉଦ୍ଧାର କରିଥିଲା ପୋଲିସ ।  ଅପହରଣ କରିଥିବା ଦୁଇ ଜଣ ଓ ଅପହରଣ ହୋଇଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି ।

ତିନିଦିନ ପୂର୍ବରୁ  ଅପହରଣ ହୋଇଥିବା ଠକ ସ୍ୱାମୀଙ୍କୁ ଚନ୍ଦକା ଅଞ୍ଚଳରୁ କାରରେ  ଉଠାଇ ନେଇଥିଲେ । ଏନେଇ ପତ୍ନୀ ଚନ୍ଦକା ଥାନା ପୋଲିସରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ କରିଥିଲା । ଦୁଇ ଅପହରଣକାରୀ ପ୍ରମୋଦ ମହାନ୍ତି ଓ ସନ୍ତୋଷ ପଟନାୟକ ସମେତ ଠକ ସଦାନନ୍ଦ ବେହେରାଙ୍କୁ  ଗିରଫ କରିଛି  ପୋଲିସ ।