Wednesday, November 11, 2026
Home ଆଞ୍ଚଳିକ ସଙ୍ଗୀତ ସେରେମୋନି ପାଇଁ ପ୍ରସ୍ତୁତ ହେଉଛନ୍ତି ରାହୁଲ

ସଙ୍ଗୀତ ସେରେମୋନି ପାଇଁ ପ୍ରସ୍ତୁତ ହେଉଛନ୍ତି ରାହୁଲ

8

ନୂଆଦିଲ୍ଲୀ, ୧୧/୦୭/୨୧ (ଜିଲ୍ଲା ଖବର) : ବିଗବସ ଫେମ ରାହୁଲ ବୈଦ୍ୟ ଓ ଦିଶା ପରମାରଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ନିକଟରେ ସେମାନେ ତାଙ୍କ ବିବାହ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଇନଷ୍ଟାଗ୍ରାମ ମାଧ୍ୟମରେ ରାହୁଲ ଫ୍ୟାନ୍ସମାନଙ୍କ ସହ ଏହି ଖୁସି ଖବର ସେୟାର କରିଥିଲେ । ୧୬ ଜୁଲାଇରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ,ଏଥିପାଇଁ ତାଙ୍କୁ ସମସ୍ତଙ୍କ ଆର୍ଶିବାଦ ଆବଶ୍ୟକ ବୋଲି କହିଛନ୍ତି ।

ବିବାହକୁ ନେଇ ବେଶ ଉସ୍ବାହିତ ଅଛନ୍ତି ରାହୁଲ । ଯେଉଁଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ଯାଇଛି ।  

ପ୍ରକାଶ ଥାଉକି, ସୋସିଆଲ ମିଡିଆରେ ରାହୁଲଙ୍କର ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଦିଶା ପରମାରଙ୍କ ସହିତ ମିଶି ଡାନ୍ସ ପ୍ରାକ୍ଟିସ କରୁଥିବା ନଜର ଆସୁଛନ୍ତି । ଏହି ଡାନ୍ସ ସେ ତାଙ୍କର ସଙ୍ଗୀତ ସେରେମୋନି ପାଇଁ ପ୍ରସ୍ତୁତ କରୁଥିବା ଜଣାପଡୁଛି । ବିରଲ ଭୟାନୀ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଏହି ଭିଡିଓ  ସେୟାର କରା ଯାଇଛି । ଫ୍ୟାନ୍ସମାନେ ଏହି ଭିଡିଓକୁ ବେଶ ପସନ୍ଦ କରିବା ସହିତ , ନିଜ ନିଜର ରିଆକ୍ସନ ମଧ୍ୟ ଦେଉଛନ୍ତି ।