Home ଅପରାଧ ଧାନବିକ୍ରି ପ୍ରାପ୍ୟ ନ ପାଇ ବାପ-ପୁଅଙ୍କ ମୃତ୍ୟୁ ଘଟଣା, ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

ଧାନବିକ୍ରି ପ୍ରାପ୍ୟ ନ ପାଇ ବାପ-ପୁଅଙ୍କ ମୃତ୍ୟୁ ଘଟଣା, ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

25

ସମ୍ବଲପୁର, ୧୧/୦୭/୨୧ (ଜିଲ୍ଲା ଖବର)  : ସମ୍ବଲପୁରରେ ଧାନବିକ୍ରି ପ୍ରାପ୍ୟ ନ ପାଇ ବାପପୁଅଙ୍କ ମୃତ୍ୟୁ ଘଟଣା । ସୁପ୍ରିମକୋର୍ଟରେ ରୁଜୁ ହେଲା ଜନସ୍ବାର୍ଥ ମାମଲା । ଯୋଗାଣ ବିଭାଗର ଅବହେଳା ପାଇଁ ବଡ଼ ଅଡ଼ୁଆରେ ପଡ଼ି ପାରନ୍ତି ରାଜ୍ୟ ସରକାର ।

ପୂର୍ବରୁ ଘଟଣାରେ NHRC ମଧ୍ୟ କରିଥିଲେ ହସ୍ତକ୍ଷେପ । ପ୍ରଥମେ ଧାନ ବିକ୍ରି ପରେ ସମୟରେ ପ୍ରାପ୍ୟ ନମିଳିବା । ଶେଷରେ ଅର୍ଥାଭାବ ଓ ଉପଯୁକ୍ତ ଚିକିତ୍ସା ଅଭାବରୁ ବାପା ପରେ ପୁଅ ଚାଲିଗଲେ ।

ଘଟଣା ସଂପର୍କରେ ବାମରାର କିଷାନ ଆଦିମ କୃଷକ ସୁରକ୍ଷା ସଂଗଠନ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଥିଲା । ଯାହାକୁ ସୁପ୍ରିମକୋର୍ଟ ଏକ ଜନସ୍ବାର୍ଥ ମାମଲାରେ ରୂପାନ୍ତରିତ କରିଛନ୍ତି । 2 ଜଣଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଧାନସଂଗ୍ରହ ନୀତି  ଓ ସମ୍ବଲପୁର ଜିଲ୍ଲା ପ୍ରଶାସନର ଅବହେଳାକୁ ଦାୟୀ କରିଥିଲା ଚାଷୀ ସଂଗଠନ ।

ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ ଭଗପଡ଼ା ଗାଁର ଚାଷୀ ଦିଲେଶ୍ବର ପଟେଲ  ଓ ପୁଅ ସୁନୀଲ । ଗତ ୧୬ ଡିସେମ୍ବର ୨୦୨୦ ଉଚ୍ଚକାପାଟ ମଣ୍ଡିରେ ଧାନ ବିକ୍ରି ପାଇଁ ଟୋକନ୍ ଦିଆଯାଇଥିଲା । ୫ ଜାନୁଆରୀ ୨୦୨୧ରେ ସୁନୀଲ ମଣ୍ଡିକୁ ୬୬ କୁଇଣ୍ଟାଲ ଧାନ ଆଣିଥିଲେ । ତେବେ ଗତ ୧୨ ଜାନୁଆରୀ ୨୦୨୧ରେ ଏହା ବିକ୍ରି ହୋଇଥିଲା । କିନ୍ତୁ ସରକାରଙ୍କ ନିୟମ କହୁଛି ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ପ୍ରାପ୍ୟ ମିଳିବା କଥା । ହୁଏତ ଏ ନିୟମ ପାଳନ ହୋଇଥିଲେ 2 ଜୀବନ ବଞ୍ଚାଯାଇଥାନ୍ତା । ମେ ୫ ତାରିଖରେ ବାପାଙ୍କ ପରେ 12 ଦିନ ପୁଅ ବି ଚାଲି ଯାଇଥିଲେ ।