Wednesday, November 11, 2026
Home ଆଞ୍ଚଳିକ ବଡବଡିଆ ମାନୁ ନାହାନ୍ତି କୋଭିଡ ନିୟମ; 5 ଷ୍ଟାର୍ ହୋଟେଲରେ ଚାଲିଥିଲା ପାର୍ଟି

ବଡବଡିଆ ମାନୁ ନାହାନ୍ତି କୋଭିଡ ନିୟମ; 5 ଷ୍ଟାର୍ ହୋଟେଲରେ ଚାଲିଥିଲା ପାର୍ଟି

5

୧୧/୦୭/୨୧ (ଜିଲ୍ଲା ଖବର) :  କୋଭିଡ ନିୟମକୁ ଫୁ । ଚାଲିଥିଲା ପାର୍ଟି । ହଠାତ୍ ରେଡ୍ କଲା ପୋଲିସ । ଆଉ ବନ୍ଧା ହେଲେ 37 ଜଣ । କୋଲକାତାର ଏକ ଫାଇବ ଷ୍ଟାର ହୋଟେଲରେ ପାର୍ଟି ଚାଲିଥିବାବେଳେ ପୋଲିସ ଚଢାଉ କରିଥିଲା । କୋଭିଡ ନିୟମ ଉଲ୍ଳଙ୍ଘନ କରିଥିବା ମାମଲାରେ ରବିବାର ସକାଳୁ ସକାଳୁ 37 ଜଣଙ୍କୁ ଗିରଫ କରିଛି ପୋଲିସ ।  

ତେବେ ଘଟଣାସ୍ଥଳରୁ ଦୁଇଟି କାର୍ , 38 ଟି ମୋବାଇଲ ଫୋନ, ମଦ, ଅନେକ ମ୍ୟୁଜିକ ସରଞ୍ଜାମ ଜବତ କରିଛି ପୋଲିସ । ତେବେ ରେଡ୍ ସମୟରେ ଗିରଫ ଯୁବକମାନେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଦୁର୍ବ୍ୟବହାର କରିଥିବା ସହ ପୋଲିସକୁ ଧକ୍କା ଦେଇଥିବା କହିଛନ୍ତି ପୋଲିସ ଅଧିକାରୀ । ଏନେଇ ପାର୍କ ଷ୍ଟ୍ରିଟ୍ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।   

ଦେଶରେ ଏବେ କରୋନା ତୃତୀୟ ଲହରକୁ ନେଇ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଏଥିପାଇଁ କୋଭିଡ କଟକଣା ମାନିବାକୁ ମଧ୍ୟ କଡା ନିର୍ଦେଶ ରହିଛି । ହେଲେ ବି ଲୋକଙ୍କ ଏଭଳି ବେପରୁଆ ମନୋଭାବ ପରିସ୍ଥିତିକୁ ଆହୁରି ଜଟିଳ କରିବ ନିଶ୍ଚୟ ।