Thursday, November 12, 2026
Home ଆଞ୍ଚଳିକ ଖୋଲିଲା ହୀରାକୁଦର 2 ଟି ଗେଟ୍

ଖୋଲିଲା ହୀରାକୁଦର 2 ଟି ଗେଟ୍

8

ସମ୍ବଲପୁର,୧୧/୦୭/୨୧ (ଜିଲ୍ଲା ଖବର) :   ଖୋଲିଲା ହୀରାକୁଦ ଜଳ ଭଣ୍ଡାରର ଗେଟ୍ । ଦିନ 11 ଟା ରେ ହୀରାକୁଦ ଜଳଭଣ୍ଡାରରୁ ତଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଲା । ଏନେଇ ତଳମୁଣ୍ଡର ୧୨ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସତର୍କ ସୂଚନା ଜାରି କରାଯାଇଛି ।

ତେବେ ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ଫଳରେ ନଦୀ ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଏନେଇ ଲିଖିତ ଭାବେ ଅବଗତ କରିଛନ୍ତି  ହୀରାକୁଦ ଡ୍ୟାମର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ।