Monday, November 16, 2026
Home ଆଞ୍ଚଳିକ ରାଜଧାନୀରେ ଖଣ୍ଡା ଦେଖାଇ ଧମକ

ରାଜଧାନୀରେ ଖଣ୍ଡା ଦେଖାଇ ଧମକ

3

ଭୁବନେଶ୍ଵର, ୧୧/୦୭/୨୧ (ଜିଲ୍ଲା ଖବର) : ବସ୍ତିରେ ଚାଲିଛି ଆତଙ୍କ ରାଜ । ମନ ଇଚ୍ଛା ବୁଲୁଛି ଖଣ୍ଡା । ବାପୁଜୀ ନଗର କେଦାର ପଲ୍ଲି ବସ୍ତିରେ 3 ଜଣ ଯୁବକ ଗୋଟେ ପରିବାରକୁ ଖଣ୍ଡା ଦେଖାଇ ଆତଙ୍କ ସୃଷ୍ଟି କରିବା ସହ ଧମକ ଦେଉଥିବା ଦେଖିବାକୁ ମିଳିଛି ।

ଘଟଣାଟି ବାପୁଜି ନଗରର କେଦାର ପଲ୍ଲୀ ବସ୍ତିର ବୋଲି ସୂଚନା ମିଳିଛି । ରାଜଧାନୀ ଛାତି ଉପରେ କ୍ୟାପିଟାଲ ଥାନାଠୁ 500 ମିଟର ଦୂରରେ ଏହି ଭଳି ଆତଙ୍କ ସୃଷ୍ଟି କରିବା ଘଟଣା ଲୋକଙ୍କୁ ଭୟଭୀତ କରିଛି । ଜଣେ ପରିବାରକୁ ଘର ଛାଡ଼ି ପଳାଇବା ପାଇଁ କିଛି ଲୋକ ଧମକ ଚମକ ଦେଉଥିବା ସୂଚନା ମିଳିଛି ।