Monday, November 16, 2026
Home ଆଞ୍ଚଳିକ ତ୍ଵଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ଏହି ପାନୀୟ

ତ୍ଵଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ଏହି ପାନୀୟ

7

୧୧/୦୭/୨୧ (ଜିଲ୍ଲା ଖବର) : ସବୁବେଳେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବା ସହିତ, ନିଜ ତ୍ଵଚା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଜରୁରୀ ହୋଇଥାଏ । କାହିଁକି ନାଁ , ବଦଳୁଥିବା ଜଳବାୟୁ ପରିବର୍ତ୍ତନ ଯୋଗୁଁ  ବିଭିନ୍ନ ସମୟରେ ଏହାର କୁ-ପ୍ରଭାବ ତ୍ଵଚା  ଉପରେ ପଡିଥାଏ । ତେଣୁ ତ୍ଵଚାକୁ ସୁସ୍ଥ ରଖିବା ପାଇଁ ଆସନ୍ତୁ ଏମିତି କିଛି ପାନୀୟ ସମ୍ପର୍କରେ ଜାଣିବା , ଯାହା ସେବନ କରିବା ଦ୍ୱାରା, ଏହା ତ୍ଵଚାକୁ ସବୁବେଳେ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

-ସେଓକୁ ପତଳା ପତଳା ଛୋଟଛୋଟ  କାଟି ରଖିବେ, ଏହାପରେ ସେଥିରେ ଅଳ୍ପ ଡାଲଚିନି ଖଣ୍ଡ ଏଂ ଅଳ୍ପ  ଜୁଆଣୀ ପକାଇବେ ।  ତାପରେ ସେଥିରେ ପାଣି ଢାଳି, ଏ ସମସ୍ତ ସାମଗ୍ରୀକୁ ଏକାଠି ମିଶାଇ, ଏକ ଏୟାର ଟାଇଟ ଜାରରେ ପୁରାଇ, ଫ୍ରିଜରେ ରଖିବେ । ଏହାକୁ ପ୍ରତିଦିନ ସକାଳୁ ଉଠି ସେବନ କରି ପାରିବେ । ଏହି ପାନୀୟ ସେବନ କରିବା ଦ୍ୱାରା, ଏହା ତ୍ଵଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

–କଟା କାକୁଡି,କଟା କିଓ୍ବି ସହିତ କିଛି ସିଝା ହୋଇଥିବା ପୁଦିନା ପତ୍ର ପକାଇ ମିଶାଇବେ । ଏହାପରେ ସେଥିରେ କିଛି ଫୁଟା ପାଣି ଢାଳି ବୋତଲରେ ରଖି ୨ରୁ ୩ ଘଂଟା ଯାଏଁ ଛାଡିବେ । ତାପରେ ଏହି ପାନୀୟ ସେବନ କରିବେ  । ଏହା ସେବନ କରିବ ଦ୍ବାରା, ଏହା ତ୍ଵଚାକୁ ସୁସ୍ଥ ରଖିବା ସହିତ, ତ୍ଵଚାରେ ଚମକ ଆଣିବାରେ ସାହାଯ୍ୟ କରେ ।

-ଏକ ପାତ୍ରରେ କିଛି ଛୋଟଛୋଟ କମଳା ଏବଂ ଷ୍ଟ୍ରବେରି ଖଣ୍ଡ ପକାଇବେ । ଏହାପରେ ସେଥିରେ କିଛି ପୁଦିନା ପତ୍ର ଓ ପାଣି ଢାଳି ରାତିରେ ରଖିବେ ।  ଏହା ସେବନ କରିବା ଦ୍ୱାରା, ତ୍ଵଚା ପାଇଁ ବହୁତ୍ ଲାଭଦାୟକ ହୋଇଥାଏ ।

-ଲେମ୍ବୁ ରସରେ ଅଙ୍ଗୁର ରସ ମିଶାଇ, ସେଥିରେ ପାଣି ଢାଳି ମିକ୍ସ କରିବେ । ଏହି ପାନୀୟ ସେବନ କରିବା, ତ୍ଵଚା ପାଇଁ ବହୁତ୍ ଉପକାରୀ ହୋଇଥାଏ ।