ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ; 2 ମୃତ , 4 ଆହତ

10

କୋରାପୁଟ,୧୧/୦୭/୨୧ (ଜିଲ୍ଲା ଖବର) :   କୋରାପୁଟରେ ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ । ଏଥିରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ  4 ଜଣ ଆହାତ ହୋଇଛନ୍ତି । ଦଶମନ୍ତପୁର ବ୍ଲକ ହାତିମୁଣ୍ଡା ଗାଁରେ ଏଭଳି ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ହଣାକଟା ହୋଇଛି । ଶନିବାର ରାତିରେ ଦୁଇ ଭାଇଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ 2 ଜଣଙ୍କର ମୃତ୍ୟୁ ହୋଇଥିଲା । 4 ଆହତଙ୍କୁ କୋରାପୁଟ ଦଶମନ୍ତପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ କରିବା ସମୟରେ ବାଟରେ ମୃତ୍ୟୁ ହେଇଥିବା ସୂଚନା ରହିଛି ।