
ନୂଆଦିଲ୍ଲୀ,୧୧/୦୭/୨୧ (ଜିଲ୍ଲା ଖବର) : ରାଜଧାନୀକୁ ଧୀରେ ଧୀରେ ଅନଲକ କରିବା ପ୍ରକ୍ରିୟା ଜରି ରହିଛି। ଏହି ମଧ୍ୟରେ ରବିବାର ଦିନ ଦିଲ୍ଲୀ ସରକାର ଅନଲକ୍ -7 ର ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଦିଲ୍ଲୀ ସରକାର ଶିକ୍ଷାଗତ ତାଲିମ ପାଇଁ ବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡିକରେ 50 ପ୍ରତିଶତ କ୍ଷମତା ବିଶିଷ୍ଟ ଅଡିଟୋରିୟମ୍ କିମ୍ବା ଆସେମ୍ବିଲ ହଲ କୁ ଅନୁମତି ଦେଇଛନ୍ତି ।
ଅନଲକ୍ -7 ର ଗାଇଡଲାଇନ ଅନୁଯାୟୀ ଦିଲ୍ଲୀ ପୋଲିସ, ଆର୍ମିର କୌଣସି ଅନୁଷ୍ଠାନର ଦକ୍ଷତା ତାଲିମ, କର୍ମଚାରୀଙ୍କ ତାଲିମ ସେଣ୍ଟ୍ର ଏବଂ ବିଦ୍ୟାଳୟ ଏବଂ କଲେଜ ସମ୍ବନ୍ଧୀୟ ତାଲିମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।
ଏଠି କହିରଖୁ ଯେ ବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନର ଅଡିଟୋରିୟମ୍ ଏବଂ ଆସେମ୍ବିଲ ହଲ୍ ଶିକ୍ଷାଗତ ତାଲିମ ଏବଂ ବୈଠକ ପାଇଁ 50 ପ୍ରତିଶତ ଲୋକରେ ଖୋଲିବ ।
ବର୍ତ୍ତମାନ ଦିଲ୍ଲୀରେ ସିନେମା ହଲ୍, ପ୍ରେକ୍ଷାଳୟ, ମଲ୍ଟିପ୍ଲେକ୍ସ, ଭୋଜି ହଲ୍, ଅଡିଟୋରିୟମ୍, ସୁଇମିଂ ପୁଲ୍, ସ୍କୁଲ୍, କଲେଜ, ସ୍ପା ଏବଂ ମନୋରଞ୍ଜନ ପାର୍କ ଖୋଲିବାକୁ ଅନୁମତି ନାହିଁ ।


