Saturday, November 14, 2026
Home ଆଞ୍ଚଳିକ ମାଳଦୀପ କଥା ମନେ ପକାଇଲେ ଦିୟା ମିର୍ଜା

ମାଳଦୀପ କଥା ମନେ ପକାଇଲେ ଦିୟା ମିର୍ଜା

24

ନୂଆଦିଲ୍ଲୀ, ୧୧/୦୭/୨୧ (ଜିଲ୍ଲା ଖବର) : ଅଭିନେତ୍ରୀ ଦିୟା ମିର୍ଜା ଏବେ ତାଙ୍କର ପ୍ରେଗନେନ୍ସି ସମୟର ଭରପୁର ମଜା ଉଠାଉଛନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଦିୟା । ସବୁବେଳେ ସେ ଫଟୋ ଓ ଭିଡିଓ ସେୟାର କରି ଫ୍ୟାନ୍ସ ମାନଙ୍କ ସହ ଯୋଡି ହୋଇ ରୁହନ୍ତି । ଚଳିତ ବର୍ଷ ଦିୟା ବିଜନେସମ୍ୟାନ୍ ବୈଭବ ରେଖୀଙ୍କୁ ଦ୍ବିତୀୟ ବିବାହ କରିଛନ୍ତି । ବିବାହ ପରେ ଦିୟା ତାଙ୍କ ସ୍ବାମୀ ଓ ତାଙ୍କ ପୂର୍ବ ପତ୍ନୀଙ୍କ ଝିଅଙ୍କ ସହିତ, ମାଳଦୀପ ବୁଲିବାକୁ ଯାଇଥିଲେ । ଆଉ  ଏବେ  ସେହି ସମୟକୁ ମନେ ପକାଇ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି ଦିୟା ।  ସେୟାର କରିଥିବା ଫଟୋରେ ଦିୟା ଏକ ଅରେଞ୍ଜ କଲର ଡ୍ରେସ ପିନ୍ଧିଥିବା ବେଳେ, ବୈଭବ ଏକ ବ୍ଲୁ କଲର ସର୍ଟରେ ନଜର ଆସୁଛନ୍ତି ।   

ତାଙ୍କର ଏହି ପୋଷ୍ଟକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରିବା ସହିତ, ନିଜ ନିଜର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ‘ଦିୟା ମାଡାମ ଆପଣ ବହୁତ ଭଲ ଏବଂ ସବୁବେଳେ ଖୁସିରେ ରୁହନ୍ତି । ଅନ୍ୟଜଣେ ଲେଖିଛନ୍ତି, ‘ଆପଣଙ୍କ ବେବି ଆସିବାକୁ ଅପେକ୍ଷା’ । ଏହିଭଳି ସମସ୍ତେ ନିଜ ନିଜର ରିଆକ୍ସନ ଦେଉଛନ୍ତି ।