Home ଆଞ୍ଚଳିକ ଗଛରେ ବନ୍ଧା ହେଲେ ପ୍ରେମୀ ଯୁଗଳ

ଗଛରେ ବନ୍ଧା ହେଲେ ପ୍ରେମୀ ଯୁଗଳ

40

ମୟୂରଭଞ୍ଜ, ୧୧/୦୭/୨୧ (ଜିଲ୍ଲା ଖବର) : ପ୍ରେମ ଦେଖେ ନାହିଁ କିଏ ନିଜର କିଏ ପର। ସବୁ ବନ୍ଧ ବାଡ ଭାଙ୍ଗି କେବଳ ନିଜର ମନର ମଣିଷ ପାଇଁ ସାଜେ ଅସୁମାରି ସ୍ଵପ୍ନ। ସାନ ବଡ ଦେଖେ ନାହିଁ ପ୍ରେମ। କିନ୍ତୁ ତା ମାନେ ନୁହେଁ ଯେ ଆମେ କିଛି ବି ମାନିବା ନାହିଁ, ମନଇଛା ସବୁ କରିବା। ଏହାର ଏକ ଦୃଷ୍ଟାନ୍ତ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି।

ଉଦଳା ଥାନା ଅଧିନ ସ୍ଥାନୀୟ ଏନଏସିର ଜଣେ ବିବାହିତା ମହିଳା ଜଣେ ଯୁବକ ସହିତ ପରକୀୟା ପ୍ରୀତିରେ ରହିଥିଲେ । ଉଭୟ ଗତକାଲି ସ୍ଥାନୀୟ ଏନଏସି ୧୧ ନଂ ୱାର୍ଡରେ ଏକ ଅପରିତ୍ୟକ୍ତ ଘର ଭିତରେ ଅସଂଯତ ଅବସ୍ଥାରେ ରହିଥିବା ବେଳେ ସ୍ଥାନୀୟ ଲୋକେ ଏହା ଦେଖିବାକୁ ପାଇଥିଲେ । ପରେ ଉଭୟ ମହିଳା ଏବଂ ଯୁବକଙ୍କ ହାତକୁ ଦଉଡିରେ ବାନ୍ଧି ରଖିବା ସହିତ ଗଛରେ ବାନ୍ଧି ଦେଇଥିଲେ । ଦୀର୍ଘ ଦେଢ ଘଣ୍ଟାରୁ ଅଧିକ ସମୟ ଉଭୟଙ୍କୁ ଗଛରେ ବାନ୍ଧି ରଖିବା ସହିତ ଏକ ପ୍ରକାର କଙ୍ଗାରୁ କୋର୍ଟ ଚାଲିଥିଲା । ଏପରିକି ମହିଳା ଏବଂ ଯୁବକଙ୍କୁ ଗ୍ରାମବାସୀ ମାଡ ମଧ୍ୟ ମାରିଥିବା ଜଣାଯାଇଛି ।

ଏ ନେଇ ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମବାସୀ ଦୁଇ ଜଣଙ୍କୁ ପୋଲିସ୍‌କୁ ହସ୍ତାନ୍ତର କରିଥିଲେ । ତେବେ ଉଭୟ ବିବାହିତା ମହିଳା ଏବଂ ଯୁବକଙ୍କ ଘର ସ୍ଥାନୀୟ ଥାନା ଅଂଚଳର ବୋଲି ଜଣାଯାଇଛି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।