
୧୧/୦୭/୨୧ (ଜିଲ୍ଲା ଖବର) : ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଏନଆଇଏର ରେଡ୍ । ଅନନ୍ତନାଗରୁ 5 ଜଣ ଗିରଫ ହୋଇଥିବା ବେଳେ ଶ୍ରୀମନଗରରୁ ଜଣେ ଗିରଫ । ଆତଙ୍କବାଦ ପାଣ୍ଠି ସଂଗ୍ରହ ମାମଲାରେ ଜମ୍ମୁ-କାଶ୍ମୀରର ଏକାଧିକ ସ୍ଥାନରେ ଏନଆଇଏ ଚଢାଉ କରୁଥିବା ସୂଚନା ମିଳିଛି ।
ଅନନ୍ତନାଗରେ ତିନି ଆତଙ୍କବାଦୀ ନିହତ ହେବାର ଗୋଟିଏ ଦିନ ପରେ ଏନଆଇଏ ତରଫରୁ ଏହି ଚଢାଉ କରାଯାଇଛି । ବିଭିନ୍ନ ସ୍ଥାନରେ ଏନଆଇଏ ତରଫରୁ ଏହି ଚଢାଉ କରାଯାଇଛି । ଜାମ୍ମୁ କାଶ୍ମୀର ସରକାରଙ୍କ 11 ଜଣ କର୍ମଚାରୀଙ୍କୁ ଆତଙ୍କବାଦ ଲିଙ୍କ ପାଇଁ ବରଖାସ୍ତ ହେବାର ଗୋଟିଏ ଦିନ ପରେ ଏହା ଘଟିଛି ।





