Sunday, November 15, 2026
Home ଆଞ୍ଚଳିକ ଚର୍ଚ୍ଚାରେ ଇମ୍ରାନ ହାସମିଙ୍କ ସର୍ଟଲେସ ଫଟୋ

ଚର୍ଚ୍ଚାରେ ଇମ୍ରାନ ହାସମିଙ୍କ ସର୍ଟଲେସ ଫଟୋ

14

ନୂଆଦିଲ୍ଲୀ, ୧୧/୦୭/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଇମ୍ରାନ ହାସମି ସବୁବେଳେ ନିଜର ଦମଦାର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ସେ ତାଙ୍କ କ୍ୟାରିୟରରେ ଫିଲ୍ମ’ମର୍ଡର’,ରାଜ୍’,’ଗ୍ୟାଙ୍ଗଷ୍ଟର’ ଭଳି ଅନେକ ଫିଲ୍ମରେ କାମ କରି, ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଆକ୍ଟିଭ ରୁହନ୍ତି ଇମ୍ରାନ ହାସମି । ଫଟୋ ଓ ଭିଡିଓ ସେୟାର କରୁଥିବା ମଧ୍ୟ ଦେଖିବାକୁ ମିଳେ । ତେବେ ନିକଟରେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ନେଇ ଚର୍ଚ୍ଚା ମଧ୍ୟ ଯୋର ଧରିଛି ।

ପ୍ରକୃତ କଥା ହେଲା,ନିକଟରେ ଇମ୍ରାନ ହାସମି ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ବଡି ଟ୍ରାନ୍ସଫର୍ମେସନ ସ୍ପଷ୍ଟ ଜଣାପଡୁଛି । ଫଟୋରେ ସେ ସର୍ଟଲେସ ଥିବା ନଜର ଆସୁଛନ୍ତି । ଏହା ସହିତ ସେ ମୁଣ୍ଡରେ କପଡା ଓ ମୁହଁରେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳୁଛି ।  ତାଙ୍କର ଏହି ଫଟୋ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କର ପ୍ରଶଂସା ନକରି ରହି ପାରୁ ନାହାଁନ୍ତି । ଇନଷ୍ଟାଗ୍ରାମରେ ସେ ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ, ‘ ୟେ ତ କେବଳ ଆରମ୍ଭ’ ।

ତେବେ ତାଙ୍କର ଏହି ନୂଆ ରୂପକୁ ବେଶ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।