Wednesday, November 11, 2026
Home ଆଞ୍ଚଳିକ ହାଡକୁ ମଜବୁତ୍ କରିବା ପାଇଁ ଏମିତି ବ୍ୟବହାର କରି ପାରିବେ ଘିଅ

ହାଡକୁ ମଜବୁତ୍ କରିବା ପାଇଁ ଏମିତି ବ୍ୟବହାର କରି ପାରିବେ ଘିଅ

49

୧୧/୦୭/୨୧ (ଜିଲ୍ଲା ଖବର) : ସ୍ବାସ୍ଥ୍ୟ ପାଇଁ ଘିଅ ବହୁତ୍ ଲାଭଦାୟକ ବୋଲି କୁହାଯାଏ । ଘିଅରେ ଭରପୁର ମାତ୍ରାରେ ଭିଟାମିନ‘ଏ’, ’ଇ’, ’କେ୨’, କ୍ୟାଲସିୟମ, ଭିଟାମିନ୍’ସି’ ମିଳିଥାଏ । ଯାହା ସ୍ବାସ୍ଥ୍ୟ ପାଇଁ ବହୁତ୍ ଉପକାରୀ ହୋଇଥାଏ । ତେବେ ହାଡକୁ ମଜବୁତ୍ କରିବାରେ ବେଶ ସହାୟକ ହୋଇଥାଏ ଘିଅ । ଆସନ୍ତୁ ଜାଣିବା ହାଡକୁ ମଜବୁତ୍ କରିବା ପାଇଁ ନିଜ ଡାଏଟରେ କେମିତି ବ୍ୟବହାର କରାଯାଇ ପାରିବ ଘିଅ ।

-ଏକ ଗ୍ଲାସ କ୍ଷୀରରେ ଏକ ଚାମଚ ସୁଦ୍ଧ ଦେଶୀ ଘିଅ ପକାଇ ସେବନ କରିବା ଦ୍ବାରା, ଏହା ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ । ଏହା ସହିତ ଥକ୍କାପଣ ଦୂର କରିବା ଏବଂ ନିଦ୍ରାହୀନତା ସମସ୍ୟାରୁ ରକ୍ଷା କରିବାରେ ମଧ୍ୟ ଏହା ସାହାଯ୍ୟ କରେ ।

 –ହାଲକା ଉଷୁମ ପାଣିରେ ଘିଅ ପକାଇ ପିଇବା ଦ୍ବାରା, ଏହା ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ । ଗୋଟେ ଗ୍ଲାସ ଉଷୁମ ପାଣିରେ , ଗୋଟେ ଚାମଚ ଘିଅ ପକାଇ ସେବନ କରି ପାରିବେ ।

-ହାଡ ଦୁର୍ବଳ ହୋଇଥିଲେ, ଏଥିରୁ ରକ୍ଷା ପାଇବା ପାଇଁ ଡାଲିରେ ଘିଅ ମିଶାଇ ସେବନ କରିବା ଦ୍ବାରା, ଏହି ସମସ୍ୟାରୁ ରକ୍ଷା ମିଳିଥାଏ ।