
ଭୁବନେଶ୍ଵର, ୧୧/୦୭/୨୧ (ଜିଲ୍ଲା ଖବର) : ଟ୍ରେନରେ ଶିଶୁ ଜନ୍ମ କଲେ ମହିଳା।ଏମିତି ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ସୂଚନା ଅନୁସାରେ ଆୟେଷା ଖାତୁନ ନାମକ ଜଣେ ମହିଳା ଏବଂ ତାଙ୍କ ଶାଶୁ ହାୱାଡା – ଯଶବନ୍ତପୁର ଦୁରନ୍ତ ଏକ୍ସପ୍ରେସରେ ଯାତ୍ରା କରୁଥିବା ବେଳେ ଆୟେଷା ଗର୍ଭ ଜନିତ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ଆରପିଏଫର କିଛି ମହିଳା କର୍ମଚାରୀ ଏବଂ ମେରୀ ସହେଲି ଟିମ ଉକ୍ତ ସ୍ଥାନରେ ପହଂଚି ମହିଳାଙ୍କୁ ବଗିର ଗୋଟେ ପାର୍ଶ୍ଵକୁ ନେଇଯାଇଥିଲେ।
କିଛି ସମୟ ପରେ ମହିଳା ଜଣକ ଉକ୍ତ ଟ୍ରେନ ବଗିରେ ଗୋଟେ ଶିଶୁପୁତ୍ର ପ୍ରସବ କରିଥିଲେ। ପ୍ରଥମେ ରେଲୱେ ଡାକ୍ତର ଆସି ମା ଏବଂ ଛୁଆର ସ୍ୱାସ୍ଥ୍ୟ ବସ୍ଥା ପରୀକ୍ଷା କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ଭୁବନେଶ୍ୱର ରେଲୱେ ପୋଲିସ ଷ୍ଟେସନ ଇନଚାର୍ଜ କେ ସେଠି ସୂଚନା ଦେଇଛନ୍ତି।


