Wednesday, November 11, 2026
Home ଆଞ୍ଚଳିକ ବିଶ୍ଵ ଜନସଂଖ୍ୟା ଦିବସ ୨୦୨୧: ଜନସଂଖ୍ୟା ପ୍ରତି ଲୋକମାନଙ୍କୁ ସଚେତନ କରିବାର ଦିନଟିଏ

ବିଶ୍ଵ ଜନସଂଖ୍ୟା ଦିବସ ୨୦୨୧: ଜନସଂଖ୍ୟା ପ୍ରତି ଲୋକମାନଙ୍କୁ ସଚେତନ କରିବାର ଦିନଟିଏ

15

୧୧/୦୭/୨୧ (ଜିଲ୍ଲା ଖବର) : ଆଜି ବିଶ୍ଵ ଜନସଂଖ୍ୟା ଦିବସ। ବୃଦ୍ଧି ପାଉଥିବା ଜନସଂଖ୍ୟା ପ୍ରତି ଲୋକମାନଙ୍କୁ ଜାଗୃତ ଓ ସଚେତନ କରିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ଵ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ। ଜନସଂଖ୍ୟା ବୃଦ୍ଧି ଯୋଗୁଁ ସୃଷ୍ଟି ସମସ୍ୟା ଓ ବିପଦ ବିଷୟରେ ଲୋକଙ୍କୁ ଅବଗତ କରାଯାଏ । ୧୯୮୯ ଠାରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି ।

 ପ୍ରଥମେ ଜାତିସଂଘର ବିକାଶ କାର୍ଯ୍ୟକ୍ରମ ଭାବେ ଆରମ୍ଭ ହୋଇ ପରେ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରାଗଲା। ଚିଳତ ବର୍ଷର ବିଷୟବସ୍ତୁ ହେଉଛି “ଅଧିକାର ଏବଂ ପସନ୍ଦ ହେଉଛି ଉତ୍ତର: ଶିଶୁ ବୁମ୍ ହେଉ କିମ୍ବା ବଷ୍ଟ, ପ୍ରଜନନ ହାର ବଦଳାଇବାର ସମାଧାନ ସମସ୍ତଙ୍କର ସ୍ବାସ୍ଥ୍ୟ ଏବଂ ଅଧିକାରକୁ ପ୍ରାଧାନ୍ୟ ଦେଇଥାଏ”।

ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟା ବିଭିନ୍ନ କାରଣରୁ ସମାଜ ଓ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଲୋକଙ୍କୁ ଭୁଲ ଓ ଠିକ ବିଷୟରେ ଜାଗୃତ କରିବା ସହ ସଚେତନତା ବୃଦ୍ଧି କରିବା ଦ୍ବାରା ଜନସଂଖ୍ୟା ବୃଦ୍ଧିକୁ ରୋକାଯାଇ ପାରିବ।