
୧୧/୦୭/୨୧ (ଜିଲ୍ଲା ଖବର) : ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଯୋଗୀ ସରକାରଙ୍କ ଐତିହାସିକ ପଦକ୍ଷେପ। ରାଜ୍ୟରେ ଆଣିବାକୁ ଯାଉଛନ୍ତି ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍। ଉତ୍ତରପ୍ରଦେଶର ବିଧି ଆୟୋଗ ଦ୍ବାରା ପ୍ରସ୍ତୁତ ବିଧେୟକର ଚିଠା। ଜନସଂଖ୍ୟା ନିୟନ୍ତ୍ରଣା ଆଇନ ଆଣିବାରେ ୟୁପି ହେବ ଦେଶର ପ୍ରଥମ ରାଜ୍ୟ।
ଆକଳନ ଅନୁସାରେ ଭାରତର ଜନସଂଖ୍ୟା ୧୪୦ କୋଟି ଟପି ସାରିଲାଣି । ସବୁଠୁ ଉପରେ ରହିଛି ଉତ୍ତରପ୍ରଦେଶ ଯାହାର ଜନସଂଖ୍ୟା ୨୫ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି। ତେବେ ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଧର୍ମମତରୁ ଉର୍ଦ୍ଧ୍ବକୁ ଯାଇ ଯୋଗୀ ସରକାର ପ୍ରସ୍ତୁତ କରିଛନ୍ତି ୟୁପି ପପୁଲେସନ୍ କଣ୍ଟୋଲ୍ , ଷ୍ଟାବିଲାଇଜେସନ୍ ଆଣ୍ଡ୍ ଓ୍ବେଲଫେୟାର୍ ବିଲ୍ -୨୦୨୧ ଯାହାକୁ ନେଇ ଏବେ ସାରା ଦେଶରେ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା। ଡ୍ରାଫ୍ଟରେ ରହିଛି ଛୋଟ ପରିବାର ସୁଖୀ ପରିବାରର ଫର୍ମୁଲା ଯାହାର ମୁଖ୍ୟ ଅଂଶ ଏହିପରି –
– ଦୁଇ ବା ଦୁଇରୁ କମ୍ ପିଲା: ସରକାରୀ ଚାକିରୀରେ ଦୁଇଟି ଅଧିକ ଇନକ୍ରିମେଣ୍ଟ୍
– ସରକାରୀ ଚାକିରୀରେ ପଦୋନ୍ନତି
– ହାଉସିଂ ସ୍କିମରେ ସୁବିଧା
– ରାଜ୍ୟ ସରକାରଙ୍କ ତରଫରୁ ପିଏଫରେ ଅଧିକ ଯୋଗଦାନ
– ପାଣି ବିଜୁଳିରେ ବିଲରେ ରିହାତି
– ହୋମ୍ ଲୋନରେ ରିହାତି
– ମାଗଣା ସ୍ବାସ୍ଥ୍ୟ ସେବା, ଦମ୍ପତିଙ୍କ ପାଇଁ ବିମା ସୁବିଧା
ଏବଂ ଆହୁରି ଅନେକ ଫାଇଦା ମିଳିବାର ପ୍ରତିଶ୍ରୁତି
ଯଦି କାହାର ଦୁଇଟିରୁ ଅଧିକ ପିଲା ରହିଛନ୍ତି ତେବେ ସେମାନଙ୍କୁ ଏ ସବୁ ଫାଇଦା ମିଳିବନି –
– ମିଳିବନି ବିଭିନ୍ନ ସରକାରୀ ଯୋଜନାରୁ ଫାଇଦା
– ମିଳିବନି ସରକାରୀ ଚାକିରୀ
– ଲଢ଼ି ପାରିବେନି ପଞ୍ଚାୟତ ଓ ପୌରପାଳିକା ନିର୍ବାଚନ
ଏହା ବ୍ୟତୀତ ଗୋଟିଏ ସନ୍ତାନ ଥିବା ଛୋଟ ପରିବାର ପାଇଁ ମଧ୍ୟ ରହିଛି ଆହୁରି ଅନେକ ସୁବିଧା ସୁଯୋଗ। ତେବେ ଏହା କାହାପାଇଁ ବାଧ୍ୟତାମୂଳକ ନୁହେଁ ବୋଲି ସୁଚନା ଦେଇଛନ୍ତି ୟୂପି ଲ କମିଶନ ଚେୟାରମ୍ୟାନ୍ ।
ପ୍ରସ୍ତୁତ ଡ୍ରାଫ୍ଟକୁ ଏବେ ସର୍ବସାଧାରଣଙ୍କ ପାଇଁ ଲ କମିଶନଙ୍କ ଓ୍ବେବ୍ ସାଇଟ୍ରେ ଅପଲୋଡ଼୍ କରାଯାଇଛି । ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଜନମତ ସଂଗ୍ରହ ହେବା ପରେ ଆବଶ୍ୟକୀୟ ସଂଶୋଧନ ଅଣାଯାଇ ଅଗଷ୍ଟ ମାସରେ ଏହାକୁ ବିଧାନସଭାରେ ଉପସ୍ଥାପିତ କରାଯିବ ।
ଡ୍ରାଫ୍ଟରେ ଥିବା ବ୍ୟବସ୍ଥା ୟୁପିର ସବୁଧର୍ମ ସମ୍ପ୍ରଦାୟ ପାଇଁ ଉପଯୋଗୀ ଯାହାକୁ ସବୁ ସ୍ତରରେ ସ୍ବାଗତ କରାଯାଇଛି। ମାତ୍ର ଏବେ ଏହାକୁ ନେଇ କଂଗ୍ରେସ ଦଳ ଦୁଇ ଭାଗରେ ବିଭକ୍ତ ହେବା ଦେଖା ଯାଇଛି । କିଛି ବରିଷ୍ଠ କଂଗ୍ରେସ ନେତା ଏହାକୁ ସ୍ବାଗତ କରିଥିବା ବେଳେ ଆଉ କିଛି ବିରୋଧ କରିବା ସହିତ ଏଥିରେ ରାଜନୀତିର ଗନ୍ଧ ବାରିଛନ୍ତି ଯାହା ସେମାନଙ୍କ ହତାଶାଭାବର ପରିଚୟ।
କଂଗ୍ରେସ ନେତାମାନେ ଏପରି ମନ୍ତବ୍ୟ ଦେବା ପୂର୍ବରୁ ଭୁଲି ଯାଇଛନ୍ତି ଯେ ସେହି କଂଗ୍ରେସ ପୂର୍ବରୁ ପୁରା ଦେଶ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବାକୁ ଯାଇ ବାରମ୍ବାର ବିଫଳ ହୋଇଥିଲା। ପରେ ସଂବିଧାନ ସଂଶୋଧନ କରି ଏହାକୁ ରାଜ୍ୟ ଉପରେ ନ୍ୟସ୍ତ କରା ଯାଇଥିଲା। ତେଣୁ ଏତେ ବର୍ଷ ପରେ ୟୁପି ଦେଶର ପ୍ରଥମ ରାଜ୍ୟ ଭାବରେ ଆଣିବାକୁ ଯାଉଛି ଏପରି ଆଇନ୍ ଯାହା ଅନ୍ୟ ରାଜ୍ୟ ପାଇଁ ମଧ୍ୟ ପଥ ପ୍ରଦର୍ଶକ ପାଲଟିବ।


