
ଭୁବନେଶ୍ଵର, ୧୧/୦୭/୨୧ (ଜିଲ୍ଲା ଖବର) : ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ । ପୁଣି ରେକର୍ଡ 65 ଜଣଙ୍କ ଜୀବନ ନେଲା ଭାଇରସ । ଏଥିରେ ଖୋର୍ଦ୍ଧାରୁ ସର୍ବାଧିକ 14, ବରଗଡ଼ ଓ କେନ୍ଦୁଝରରୁ 6 ଜଣ ଲେଖାଏଁ ମୃତକ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା 4 ହଜାର 599ରେ ପହଁଚିଛି ।
ସେପଟେ 24 ଘଣ୍ଟାରେ ରାଜ୍ୟରୁ 2 ହଜାର 282 ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 592 ଆକ୍ରାନ୍ତ ରହିଛନ୍ତି। ସେହିପରି କଟକରୁ 289, ମୟୁରଭଞ୍ଜରୁ 141, ପୁରୀରୁ 127 ଓ ଯାଜପୁରରୁ 111 ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ଟିଭ କେସ ସଂଖ୍ୟା 25 ହଜାର 461ରେ ପହଁଚିଛି ।


