
ନୂଆଦିଲ୍ଲୀ, ୧୧/୦୭/୨୧ (ଜିଲ୍ଲା ଖବର) : ବିଗବସ ୧୩ରେ ନଜର ଆସିଥିବା Paras Chhabraଙ୍କ ଆଜି ହେଉଛି ଜନ୍ମଦିନ । ୧୧ ଜୁଲାଇ ୧୯୯୦ରେ ଦିଲ୍ଲୀରେ ସେ ଜନ୍ମଗ୍ରହଣ କରିଥିଲେ । ସେଠାରେ ସେ ପାଠ ପଢିଥିଲେ । ପାରସ ଯେତେବେଳେ ୩ ବର୍ଷ ବୟସର ହୋଇଥିଲେ, ସେତେବେଳେ ତାଙ୍କ ବାପା ଆରପାରିକୁ ଚାଲି ଯାଇଥିଲେ । ତାପରେ ତାଙ୍କ ମା’ ତାଙ୍କର ଲାଳନ ପାଳନ କରିଥିଲେ । ନିଜ ମା’ ସହ ରୁହନ୍ତି ପାରସ । ବାପା ଚାଲିଯିବା ପରେ ପାରସଙ୍କୁ ନିଜର ପାଠପଢା ମଝିରେ ଛାଡିବାକୁ ପଡିଥିଲା । ଏହାପରେ ସେ ମଡେଲିଂ କରିବା ଆରମ୍ଭ କରିଥିଲେ ।
୨୦୧୨ରେ ଏମଟିଭିରେ ପ୍ରସାରିତ ଶୋ’ ସ୍ପ୍ଲିଟ୍ସଭିଲା ୫ ମାଧ୍ୟମରେ ସେ ନିଜର ଟିଭି କ୍ୟାରିୟର ଆରମ୍ଭ କରିଥିଲେ । ସେ ଏହି ଶୋ’ର ବିଜେତା ମଧ୍ୟ ହୋଇଥିଲେ । ଏହାପରେ ସେ ଆହୁରି ଅନେକ ଶୋ’ରେ କାମ କରିବା ଆରମ୍ଭ କରିଥିଲେ । କିଛି ବଲିଉଡ ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେରସାରା ଶୁଭକାମନା ।



