Sunday, October 11, 2026
Home ଆଞ୍ଚଳିକ ସକାଳ ଧୂପ ପରେ ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ବିଜେ

ସକାଳ ଧୂପ ପରେ ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ବିଜେ

16

ପୁରୀ,୧୧/୦୭/୨୧ (ଜିଲ୍ଲା ଖବର) :  ରଥଖଳାକୁ ଆଜ୍ଞାମାଳ ବିଜେ । ସକାଳ ଧୂପ ପରେ ଶ୍ରୀମନ୍ଦିରରୁ ରଥଖଳାକୁ ଆତ୍ଜ୍ଞାମାଳ ବିଜେ ।  କୋଭିଡ କଟକଣା ମଧ୍ୟରେ ଚାଲିଛି ମହାପ୍ରଭୁଙ୍କୁ ନୀତିକାନ୍ତି । ଆଜ୍ଞାମାଳ ବିଜେ ପରେ ତିନି ରଥର ଚକ ଓ ଅଖରେ ତୈଳ ଲାଗି ହେବ  ।  ପରେ ତିନି ରଥକୁ ସିଂହଦ୍ୱାର ଚକଡ଼ାକୁ ନିଆଯିବ ।

ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ । ଅପେକ୍ଷା କେବଳ ମହାବାହୁଙ୍କ ଆଗମନକୁ । ରତ୍ନବେଦୀ ଛାଡି ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ । ବିନା ଭକ୍ତରେ ମହାପ୍ରଭୁଙ୍କ ନବଯୌବନ ଓ ନେତ୍ରୋତ୍ସବ ପରେ ଆଜି ଉଭା ଯାତ୍ରା ଅର୍ଥାତ ମହାପ୍ରଭୁ ଯାତ୍ରା ପାଇଁ ପ୍ରସ୍ତୁତ ହେବେ।

  ରଥଖଳାରେ ତିନି ରଥ ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ବଜ ମହାପ୍ରଭୁଙ୍କ ଆଜ୍ଞାମାଳକୁ ଅପେକ୍ଷା କରି ରହିଛନ୍ତି। ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବ । ପ୍ରଭୁଙ୍କ ଆଦେଶ ମୁତାବକ ସଂହଦ୍ବାରରେ ପହଞ୍ଚିବେ ତିନି ରଥ।

 ସେପଟେ ଶୃଙ୍ଖଳିତ ରଥଯାତ୍ରା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ଶ୍ରୀକ୍ଷେତ୍ର । ଜଳ, ସ୍ଥଳ ଓ ଆକାଶ ପଥରେ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ । ସହରକୁ ୧୨ଟି ଜୋନ ଓ ବଡ଼ଦାଣ୍ଡକୁ ୪ଟି ଜୋନରେ ବିଭକ୍ତ କରାଯାଇଛି । ପ୍ରାୟ ୬୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୧୦ଜଣ ଅତିରିକ୍ତ ଏସପି, ୩୧ଡିଏସପି, ୬୪ ଇନ୍ସପେକ୍ଟର, ୨୨୨ ASI ଓ SI ହେବେ ମୁତୟନ । ପୁରୀ ପାଇଁ ସବୁ ପ୍ରଵେଶ ପଥ ସିଲ୍ ହେବ । ସିସିଟିଭି ନଜରରେ ରହିବ ପୁରୀ ସହର । ଆଜି ରାତି ୮ଟାରୁ ୧୩ତାରିଖ ରାତି ୮ଟା ଯାଏଁ କର୍ଫ୍ୟୁ ଲାଗିବ ।