Monday, November 16, 2026
Home ଆଞ୍ଚଳିକ ମହାପ୍ରଭୁଙ୍କ ଭଜନ ଉନ୍ମୋଚନ କଲେ ଧର୍ମେନ୍ଦ୍ର ପ୍ରଧାନ

ମହାପ୍ରଭୁଙ୍କ ଭଜନ ଉନ୍ମୋଚନ କଲେ ଧର୍ମେନ୍ଦ୍ର ପ୍ରଧାନ

9

ନୂଆଦିଲ୍ଲୀ, ୧୧/୦୭/୨୧ (ଜିଲ୍ଲା ଖବର) : ମହାପ୍ରଭୁଙ୍କ ଏକ ଭଜନକୁ ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଭଜନଟିକୁ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଓ   ଗାୟକ କୈଳାଶ ଖେର ଗାଇଛନ୍ତି। ଉନ୍ମୋଚନ କାର୍ଯ୍ୟକ୍ରମରେ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଉପସ୍ଥିତ ରହି୍ଥିଲେ।  ଏହାସହ ଭିଡିଓ କନଫେରେସନ୍ସ ଜରିଆରେ ଯୋଡ଼ିହୋଇଥିଲେ ଗାୟକ କୈଳାସ ଖେର।

 ରଥଯାତ୍ରା ପୂର୍ବରୁ ଏହି ଭିଡ଼ିଓ ରିଲିଜ ଲୋକଙ୍କୁ ବେଶ ପସନ୍ଦ ଆସିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ସମ୍ବିତ ପାତ୍ରଙ୍କ ଭଳି ଏହି ଉଦ୍ୟମ ଅନ୍ୟମାନେ କରନ୍ତୁ ବୋଲି କହିଛନ୍ତି।

 ସେପଟେ ପୁରୀ ନଯାଇ ଘରେ ରହି ମହାବାହୁଙ୍କ ଭଜନ ଗାଇବାକୁ ଅନୁରୋଧ କରିଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର। ଏହାସହ ମହାମାରୀରୁ ସମସ୍ତ ଭକ୍ତଙ୍କୁ ରକ୍ଷା କରିବାକୁ ସେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।