Thursday, November 12, 2026
Home ଆଞ୍ଚଳିକ ପ୍ରେମ ସର୍ମ୍ପକ ଓ ପୂର୍ବ ଶତୃତାକୁ କେନ୍ଦ୍ର କରି ବ୍ରାହ୍ମଣଛାଇରେ ଗୋଷ୍ଠୀ ସଂର୍ଘଷ ଘଟଣାରେ ଆଉ...

ପ୍ରେମ ସର୍ମ୍ପକ ଓ ପୂର୍ବ ଶତୃତାକୁ କେନ୍ଦ୍ର କରି ବ୍ରାହ୍ମଣଛାଇରେ ଗୋଷ୍ଠୀ ସଂର୍ଘଷ ଘଟଣାରେ ଆଉ ୨ ଗିରଫ

301

ହିଞ୍ଜିଳିକାଟୁ,୧୦/୭(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବ୍ରାହ୍ମଣଛାଇରେ ପ୍ରେମ ସର୍ମ୍ପକ ଓ ପୂର୍ବ ଶତୃତାକୁ କେନ୍ଦ୍ର କରି ମଙ୍ଗଳବାର ଦିନତମାମ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କୁହୁଳି ଉଠୁଥିବା ନିଆଁ ରାତ୍ର ସମୟରେ ଉଗ୍ର ରୂପ ଧାରଣ କରି ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ସଂପୃକ୍ତ ପଞ୍ଚାୟତର ସରପଞ୍ଚଙ୍କ ସମେତ ୯ ଜଣ ଗୁରୁତର ଆହତ ହୋଇଥଲେ । ଏ ନେଇ ଗ୍ରାମର ସଞ୍ଜୁ ପ୍ରଧାନଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ନଂ- ୩୫୧/୨୧ ଓ ବିଜୟ ଜେନାଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ନଂ- ୩୫୨/୨୧ରେ ୨ଟି ମାମଲା ରୁଜୁ କରି ପୁଲିସ ଉଭୟ ଗୋଷ୍ଠୀର ୫ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିଲା । ସଂପୃକ୍ତ ଗୋଷ୍ଠୀ ସଂର୍ଘଷ ଘଟଣାରେ ସଂପୃକ୍ତି ଥିବା ନେଇ କେଶ ନଂ- ୩୫୧ରେ ସଂପୃକ୍ତ ଗ୍ରାମର ଆଉ ୨ ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ବିଜୟ ଜେନା ଓ ତାଙ୍କ ପୁଅ ନାରାୟଣ ଜେନା । ଗିରଫ ମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । ପ୍ରକାଶ ଥାଉକି, ସଂପୃକ୍ତ ଗୋଷ୍ଠୀ ସଂଘର୍ଷ ଘଟଣାରେ ଗୁରୁବାର ଦିନ ହିଞ୍ଜିଳି ପୁଲିସ ବ୍ରାହ୍ମଣଛାଇ ଗ୍ରାମର ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ରିପୋର୍ଟ, ରଜନୀକାନ୍ତ ପାତ୍ର ।