
ଚନ୍ଦ୍ରପୁର,୧୦/୭(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ରବିଗୁଡା ଛକ ନିକଟରେ ଗଞେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ବେଳେ ୧୧ କ୍ବିଣ୍ଟାଲ ୮୦ କେଜି ଗଞେଇ ସହ ୩ଜଣଙ୍କୁ ମଧ୍ୟ କାବୁ କରିବାରେ ସଫଳ ହେଲା ପୋଲିସ । ଜବତ ଗଞେଇ ର ଆନୁମାନିକ ମୁଲ୍ୟ ୧ କୋଟିରୁ ଉର୍ଦ୍ଧ ହେବ । ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ ରବିଗୁଡା ଗା ନିକଟରେ ଥିବା ଏକ ଛକ ନିକଟରେ ଅତର୍କିତ ଭାବେ ଚଢାଉ କରି ମୁନିଗୁଡା ଅଞ୍ଚଳକୁ ଏହି ଗଞେଇ ଚାଲାଣ ହେବାକୁ ରଖାଯାଇଥିବା ବେଳେ ୫୯ ଟି ପ୍ୟାକେଟ କୁ ଜବତ କରିବାରେ ସଫଳ ହୋଇଛି ପୋଲିସ ଓ ଏଥିରେ ସପୃକ୍ତ ଥିବା ରାମନାଥ ଝିଣ୍ଡ୍ରିଗୁଡିକା(୨୫)ପିତା:-ରିପିହେଙ୍ଗୁ ଝିନ୍ଦ୍ରିଗୁଡିକା ଗ୍ରାମ ରାଣୀଗୁଡା, ପ୍ରଜା ଶ୍ରାମୂତିକା (୫୦) ଓ ଇଶା ଦୁର୍ବାକା(୨୦) ପିତା :କୁସୁଲିଆ ଦୁର୍ବାକା କୁ ଗିରଫ କରି ଚନ୍ଦ୍ରପୁର ଥାନାରେ ରଖି ଅଧିକ ତଦନ୍ତ ଯାରିରଖିଛି ପୋଲିସ ।
ରିପୋର୍ଟ, ସନାତନ ନାୟକ/ କୈଳାଶ ମାଲବିଶୋଇ


