
ବାଲିଗୁଡ଼ା,୧୦/୭ { ସୁକାନ୍ତ କୁମାର ତ୍ରିପାଠୀ } : ସାରା ଦେଶରେ କୋରନା ଭୟାଭୟ ଓ ସରକାରଙ୍କ ସମସ୍ତ ନିୟମକୁ ଦୃଷ୍ଟି ରେ ରଖି ପାଠ୍ୟ କ୍ରମ କୁ ଚାଲୁ ରଖିବା ନିମନ୍ତେ ବାଲିଗୁଡା ବନବାସୀ ସେବାସମିଟତି, ବାଲିଗୁଡା ଅଧୀନରେ ଥିବା ଶିଶୁଜତ୍ନ ଅନୁଷ୍ଠାନ ର ଛାତ୍ର ଛାତ୍ରୀଙ୍କ ନିମନ୍ତେ ସୁଦୂର ଜର୍ମାନୀ ର ସଂସ୍ଥା ଆଶାକିରଣ ର ସହାୟତାରେ ଅନଲାଇନ ପାଠ ନିମେନ୍ତ ଟାବଲେଟ ବଣ୍ଟନ କରାଯାଇଛି |ଏଥିରେ ବାଲିଗୁଡା ର ଉପଜିଲ୍ଲାପାଳ ଶ୍ରୀ ଶୁଭଙ୍କର ମହାପାତ୍ର ଯୋଗଦେଇ ଥିଲେ ଏବଂ
ଛାତ୍ର ଛାତ୍ରୀଙ୍ ଙ୍କୁ ଶିକ୍ଷା ର ଦୁଇଗୋଟି ମୂଲ୍ୟବାନ ସଂଜ୍ଞା ବିଷୟରେ ଆଲୋକ ପାତ କାଟିଥିଲେ | ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ରଶ୍ମିତା କରନ ଙ୍କ ଦ୍ୱାରା ଶିକ୍ଷାରେ ସଫଳତା ହାସଲ କରିବା ନିମନ୍ତେ ମନ୍ତ୍ର ପ୍ରଦାନ ଓ ଡ. ବେଣୁଧର ସ୍ୱତାର, ଭୁବନେଶ୍ୱର ଙ୍କ ଦ୍ୱାରା ଏହି ପ୍ରକଳ୍ପ ଏବଂ ସହାୟତାର ମୁଖ୍ୟ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଆଲୋକ ପାତ କରିଥିଲେ | ଏଥିରେ
ଶିଶୁ ବିକାଶ ଅଧିକାରିଣୀ ଶ୍ରୀମତୀ ଅନିତା ଦାଶ,ସମିତିର ସମ୍ପାଦକ ଶ୍ରୀ ଉଛବ ଚନ୍ଦ୍ର ଜେନା ଏବଂ ସହ ସମ୍ପାଦକ ଶ୍ରୀ ରବୀନ୍ଦ୍ର କୁମାର ପଣ୍ଡା ଏବଂ ଅନ୍ୟାନ୍ୟ କର୍ମୀ ମାନେ ଯୋଗଦାନ କରିଥିଲେ |ଶେଷରେ ସମ୍ପାଦକ ଶ୍ରୀ ରବୀନ୍ଦ୍ର କୁମାର ପଣ୍ଡା ଛାତ୍ର ଛାତ୍ରୀ ଙ୍କୁ ଉତ୍ତମ ଭଭିଷ୍ୟତ କାମନା କରି ଧନ୍ୟବାଦ ଦେବା ପରେ ସଭା ସାଙ୍ଗ ହୋଇଥିଲା |




