
ନୂଆଦିଲ୍ଲୀ, ୧୦/୦୭/୨୧ (ଜିଲ୍ଲା ଖବର) : ବଲିଉଡ ଅଭନେତା ସାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ, ଫିଲ୍ମ ଦୂନିଆଁରୁ ଦୂରରେ ରହିଛନ୍ତି ସତ, ହେଲେ ସେ କେଉଁ ଅଭିନେତ୍ରୀଙ୍କ ଠାରୁ କିଛି କମ୍ ନୁହଁନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ ମୀରା । ଫ୍ୟାନ ଫଲୋଇଙ୍ଗ ମଧ୍ୟ ତାଙ୍କର କିଛି କମ୍ ନୁହଁନ୍ତି । ନିକଟରେ ମୀରା ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଅନଲାଇନ ସପିଂ ବିଷୟରେ କହିଛନ୍ତି । ଅନଲାଇନରେ ସପିଂ କରି ସେ ଠକାମୀର ଶୀକାର ହୋଇଛନ୍ତି । ପ୍ରକୃତ କଥା ହେଲା, ନିକଟରେ ଅନଲାଇନରୁ ସେ ଏକ ଫୋନ କଭର ମଗାଇଥିଲେ । ସେ ମଗାଇଥିବା ଫୋନ କଭରର ଫଟୋ ସେୟାର କରିଛନ୍ତି । ସେ କହିଛନ୍ତି ଯେ, ସେ ଏକ ଫୋନ କଭର ମଗାଇଥିଲେ । ଓ୍ବାର୍କ ଆଉଟ କରିବା ସମୟରେ ଯାହା ତାଙ୍କୁ ସାହାଯ୍ୟ କରିବ । ଏକ ଵିଜ୍ଞାପନର ପ୍ରଲୋଭନରେ ଆସି ସେ ଫୋନ କଭର ମଗାଇଥିଲେ । ଯାହା ଡିସପ୍ଲେ ପିକଚର ଭଳି ଦେଖା ଯାଏ ନାହିଁ । ତାହା ଏକ ଦୁର୍ବଳ ପ୍ଲାଷ୍ଟିକ ଭଳି । ହେଲେ ତାଙ୍କୁ ଏକ ସ୍ଲିମ୍ କଭର ଦରକାର ଥିଲା । ଯାହାକୁ ସେ ବିନା ବ୍ୟାଗରେ ସବୁ ସ୍ଥାନକୁ ଧରି ଯାଇ ପାରିବେ । ସେ ଆଉ ଏକ ଫଟୋ ସେୟାର କରିଛନ୍ତି,କି ଏଭଳି ଫୋନ ଧରି ଯିବା ବହୁତ୍ ଅସୁରକ୍ଷିତ ଅଟେ ।


