
୧୦/୦୭/୨୧ (ଜିଲ୍ଲା ଖବର) : ନଡିଆ ତେଲ ସ୍ଵାସ୍ଥ୍ୟ ପାଇଁ ବହୁତ୍ ଉପକାରୀ । ବିଭିନ୍ନ ପ୍ରକାରର ସ୍ଵାସ୍ଥ୍ୟ ଜନିତ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ନଡିଆ ତେଲ । ତେବେ ଆସନ୍ତୁ ଜାଣିବା ନଡିଆ ତେଲର ସ୍ଵାସ୍ଥ୍ୟ ଉପକାରୀତା ସମ୍ପର୍କରେ ।
-ନଡିଆ ତେଲ,ପ୍ରତିଦିନ ବ୍ୟବହାର କରିବା ଦ୍ବାରା, ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ତେଣୁ ପ୍ରତିଦିନ ନଡିଆ ତେଲରେ ପ୍ରସ୍ତୁତ ଖାଦ୍ୟ, ନିଜ ଡାଏଟରେ ସାମିଲ କରିବା ଉଚିତ୍ ।
-ପାଚନ ତନ୍ତ୍ରକୁ ମଜବୁତ୍ ରଖିବାରେ ସାହାଯ୍ୟ କରେ ନଡିଆ ତେଲ । ବଦହଜମି ସମସ୍ୟାରୁ ରକ୍ଷା କରିବାରେ ମଧ୍ୟ ଏହା ବେଶ ସହାୟକ ହୋଇଥାଏ । ଏହା ସହିତ ପେଟ ଜନିତ ଅନେକ ସମସ୍ୟାକୁ ଦୂର କରିବା ସହିତ, ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଏହା ଆରାମ ପ୍ରଦାନ କରିଥାଏ । ତେଣୁ ପ୍ରତିଦିନ ନିଜ ଖାଦ୍ୟରେ ନଡିଆ ତେଲ ବ୍ୟବହାର କରିବା ଭଲ ।
-ଇମ୍ୟୁନିଟିକୁ ମଜବୁତ୍ କରିବାରେ ସହାୟକ ହୁଏ ନଡିଆ ତେଲ । ଏହା ପ୍ରତିଦିନ ବ୍ୟବହାର କରିବା ଦ୍ଵାରା, ଥଣ୍ଡା, କାଶ ଭଳି ସମସ୍ୟାରୁ ରକ୍ଷା ମିଳିଥାଏ ।
-ନଡିଆ ତେଲ ଗୁଡ୍ କୋଲେଷ୍ଟ୍ରଲ ପାଇଁ ବହୁତ ଭଲ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ରକ୍ତରେ ଗୁଡ୍ କୋଲେଷ୍ଟ୍ରଲ ବଢିଥାଏ, ଯେଉଁ କାରଣରୁ ହାର୍ଟକୁ ଅନେକ ରୋଗରୁ ରକ୍ଷା କରାଯାଇପାରେ ।


