
ଆବଶ୍ୟକ ସାମଗ୍ରୀ-
ଆଳୁ, ଭ୍ରୁସଙ୍ଗ ପତ୍ର, ସୋରିଷ, ଶୁଖିଲା ଲଙ୍କା, ପିଆଜ, ଟମାଟୋ ପ୍ୟୁରୀ, ହଳଦୀ ପାଉଡର, ଲଙ୍କା ପାଉଡର, ଧନିଆ ପାଉଡର, ଗରମ ମସଲା, ତେଲ, ଲୁଣ, କ୍ୟାପସିକମ୍ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଆଳୁର ଚୋପା ଛଡେଇ ଛୋଟ ଛୋଟ କାଟି ରଖିବେ । ଏହାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବା ପରେ ସେଥିରେ କଟା ଆଳୁ ଏବଂ ଅଳ୍ପ ଲୁଣ ପକାଇ ଭାଜିବେ । ଆଳୁ ଭାଜି ହେବା ପରେ ଏକ ପାତ୍ରକୁ କାଢି ରଖିବେ । ତାପରେ ପୁଣି ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ସୋରିଷ , ଶୁଖିଲା ଲଙ୍କା, ଭ୍ରୁସଙ୍ଗ ପତ୍ର ପକାଇ ଫୁଟାଇବେ । ଏହାପରେ ସେଥିରେ କଟା ପିଆଜ ପକାଇ ଫ୍ରାଏ କରିବେ । ପିଆଜ ଫ୍ରାଏ ହେବା ପରେ ସେଥିରେ, କଟା କ୍ୟାପସିକମ୍ ପକାଇ ହାଲକା ଭାଜିବେ । ତାପରେ ସେଥିରେ ଟମାଟୋ ପ୍ୟୁରୀ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପାଉଡର, ଗରମ ମସଲା ଓ ଲୁଣ ପକାଇ ମିକ୍ସ କରିବେ । ଏହା ଭଲଭାବେ ମିକ୍ସ ହେବା ପରେ, ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି ଫୁଟବାକୁ ଛାଡିବେ । ତାପରେ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ରେଶମୀ ପଟାଟୋ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।


