Monday, October 12, 2026
Home ଅପରାଧ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ, 2 ଯବାନ ଗୁରୁତର

ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ, 2 ଯବାନ ଗୁରୁତର

20

କନ୍ଧମାଳ,୧୦/୦୭/୨୧ (ଜିଲ୍ଲା ଖବର) :  ବୌଦ୍ଧ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଗୋଛପଡ଼ା ନିକଟରେ ହୋଇଥିବା ଗୁଳିବିନିମୟରେ 2 ଜଣ ଏସଓଜି କମାଣ୍ଡୋ ଆହତ ହୋଇଛନ୍ତି  ।

ତେବେ ଦୁଇ ଯବାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଅଣାଯାଉଛି। ମାଲକାନଗିରି ଓ କୋରାପୁଟ ଗସ୍ତରେ ଯାଇଥିବା ଡିଜିପିଙ୍କ ଗସ୍ତ ଅଧାରୁ ବାତିଲ କରିଯାଇଛି । ସେ ସିଧା ବୌଦ୍ଧର ପଦେଲପଡ଼ାରେ ପହଞ୍ଚିଥିଲେ ।  ସେ ଯାଇଥିବା ହେଲିକପ୍ଟରର ସାହାଯ୍ୟରେ ଆହତ ଯବାନଙ୍କୁ ଭୁବନେଶ୍ୱର ଅଣାଯାଉଛି । ଦୀର୍ଘ ସମୟ ଧରି ଚାଲିଥିଲା ଗୁଳିବିନିମୟ । ମାଓବାଦୀ ଲୁଚି ଥିବାର ଖବର ପାଇ ଚାଲିଥିଲା କମ୍ବିଂ ଅପରେସନ ।