Thursday, November 12, 2026
Home ଆଞ୍ଚଳିକ ବିଗ୍ ବିଙ୍କ ନୂଆ ସାଥି

ବିଗ୍ ବିଙ୍କ ନୂଆ ସାଥି

10

ନୂଆଦିଲ୍ଲୀ, ୧୦/୦୭/୨୧ (ଜିଲ୍ଲା ଖବର) : ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ୭୦ ଦଶକରୁ ଆରମ୍ଭ କରି ଆଯି ଯାଏଁ ,ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି । ସେ  ତାଙ୍କର ଦମଦାର ଅଭିନୟ ବଳରେ ଆଜି ବେଶ ଲୋକପ୍ରିୟ ହେବା ସହିତ, ବେଶ ସଫଳତା ହାସଲ କରିଛନ୍ତି । ତାଙ୍କ ଅଭିନୟକୁ ବେଶ ପସନ୍ଦ କରନ୍ତି ଦର୍ଶକ ।   ୭୦ ବର୍ଷ ପାର କରିବା ପରେ ଆଜିବି , ସେ ଗୋଟେ ପରେ ଗୋଟେ  ହିଟ ଫିଲ୍ମ ଭେଟି ଦେଉଛନ୍ତି ଦର୍ଶକଙ୍କୁ ।

ପ୍ରକାଶ ଥାଉକି, ଲକଡାଉନ କାରଣରୁ ଗତ କିଛି ଦିନ ଧରି ସୁଟିଂ ବନ୍ଦ ରହିଥିଲା । ହେଲେ ଏବେ ପରିସ୍ଥିତିରେ କିଛି ମାତ୍ରାରେ ସୁଧାର ଆସିବା ପରେ, ପୁଣି ସୁଟିଂ ଆରମ୍ଭ କରାଯାଇଛି ।

ତେବେ ପରିସ୍ଥିତି ସ୍ବାଭାବିକ୍ ହେବା ପରେ, ବିଗ୍ ବି ପୁଣି ଥରେ ମଇଦାନକୁ ଓହ୍ଲାଇଛନ୍ତି । ନିଜର ଫିଲ୍ମ ସୁଟିଂ ଆରମ୍ଭ କରିଛନ୍ତି । ସେଟରେ ଏବେ ତାଙ୍କର ଏକ ଭଲ ଫ୍ରେଣ୍ଡସିପ ହୋଇଛି । ସୋସିଆଲ ମିଡିଆରେ ଫଟୋ ସେୟାର କରି ସେ ଏହାର ଖୁଲାସା କରିଛନ୍ତି । ତାଙ୍କର ଏହି ପୋଷ୍ଟ ଦେଖିବା ପରେ , ତାଙ୍କ ଫ୍ୟାନ୍ସ ମାନେ ବେଶ ଖୁସି ହୋଇଛନ୍ତି ।

ପ୍ରକାଶ ଥାଉକି, ସୋସିଆଲ ମିଡିଆରେ ବେଶ ଆକ୍ଟିଭ ବିଗ୍ ବି । ସବୁବେଳେ ସେ ତାଙ୍କର ଫଟୋ , ଭିଡିଓ ସେୟାର କରି ଫ୍ୟାନ୍ସ ମାନଙ୍କ ସହ ଯୋଡି ହୋଇ ରୁହନ୍ତି । ଏବେ ନିକଟରେ ସେ ଆଉ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ  ଏକ ପପି ସହିତ ଖେଳୁଥିବା ନଜର ଆସୁଛନ୍ତି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ ସେଟରେ ଏ ହେଉଛି ମୋ ନୂଆ ସାଥି,ମୋ ବାହୁବନ୍ଧନରେ ସେ ବହୁତ୍ ଭଲ ଅନୁଭବ କରୁଛି ….ମୁଁ ତାକୁ ଘରକୁ ନେଇ ଯିବାକୁ ଚାହୁଁଛି କିନ୍ତୁ…..’ ।

ଏବେ ବିଗ୍ ବିଙ୍କର ଏହି ପୋଷ୍ଟ ବେଶ ଭାଇରାଲ ହେବା ସହିତ, ଫ୍ୟାନ୍ସମାନେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।  ଜଣେ ୟୁଜର ଲେଖିଛନ୍ତି ଯେ, ‘ ତାକୁ ଆପଣ ଘରକୁ ନେଇ ଯିବା କଥା ‘ । ଅନ୍ୟଜଣେ ଲେଖିଛନ୍ତି, କିନ୍ତୁ କ’ଣ?