
ମୟୂରଭଞ୍ଜ, ୧୦/୦୭/୨୧ (ଜିଲ୍ଲା ଖବର) : ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ହାତୀ ଉପଦ୍ରବ । କିଛିଦିନ ହେବ କେନ୍ଦୁଝର ଜିଲ୍ଲା ପଟୁ ଦୁଇ ଦୁଇଟି ହାତୀପଲ ଗାଁରେ ପ୍ରବେଶ କରିଛନ୍ତି । ଯାହାକି ଏବେ ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି । ୧୮ ଟିକିଆ ହାତୀପଲ ଦୁଧିଆଣି ରେଞ୍ଜର ମତା ଜଙ୍ଗଲରେ ଥିବାବେଳେ ୯ ଟିକିଆ ଅନ୍ୟ ଏକ ହାତୀପଲ ଖଜୁରିଆ ଜଙ୍ଗଲରେ ଅଛି ।
ରାତି ହେଲେ ହାତୀପଲ କରଞ୍ଜିଆ ଅଞ୍ଚଳର ବିଭିନ୍ନ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି । ହାତୀପଲ ଧାନ କ୍ଷେତ ସହ ପରିବା ଚାଷ ନଷ୍ଟ କରିଛନ୍ତି । ହାତୀପଲ ଗାଁରେ ପଶୁଥିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଅନ୍ୟପଟେ ହାତୀପଲ ଘଉଡାଇବା ପାଇଁ ବନବିଭାଗ କୌଣସି ପଦକ୍ଷେପ ନେଉନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।



