
ନୂଆଦିଲ୍ଲୀ,୧୦/୦୭/୨୧ (ଜିଲ୍ଲା ଖବର) : ଉତ୍ତରପ୍ରଦେଶରେ ଆସିପାରେ ନୂଆ ଜନସଂଖ୍ୟା ଆଇନ । ୨ରୁ ଅଧିକ ସନ୍ତାନ ଥିଲେ ଅନେକ ସୁବିଧାରୁ ହେବାକୁ ପଡ଼ିବ ବଞ୍ଚିତ । ସରକାରୀ ଚାକିରି ପାଇଁ ଆବେଦନ ସହ ପଞ୍ଚାୟତ ନିର୍ବାଚନ ଲଢ଼ିବାରେ ମଧ୍ୟ ଲାଗିପାରେ କଟକଣା । ଏପରିକି ସରକାରୀ ଚାକିରି କରୁଥିଲେ ପ୍ରମୋଶନ ମିଳିବନି, ୭୭ଟି ସରକାରୀ ଯୋଜନାରୁ ବଞ୍ଚିତ ହେବାକୁ ପଡ଼ିବ ।
ଖୁବଶୀଘ୍ର ରାଜ୍ୟ ବିଧି ଆୟୋଗ ଏହି ନିୟମକୁ ଲାଗୁ କରିପାରେ । ବିଧି ଆୟୋଗ ନିଜ ୱେବସାଇଟରେ ଏହି ପ୍ରସଙ୍ଗରେ ଜନତାଙ୍କଠୁ ରାୟ ମଧ୍ୟ ମାଗିଛି । ୧୯ ଜୁଲାଇ ଭିତରେ ସାଧାରଣ ଜନତା ଏହାକୁ ନେଇ ନିଜର ମତ ରଖିପାରିବେ । ସେପଟେ ୨ ବା ତାଠୁ କମ ସନ୍ତାନ ଥିଲେ ଏବଂ ସେମାନେ ସରକାରୀ ଚାକିରି କରି ନ ଥିଲେ ମଧ୍ୟ ତାଙ୍କୁ କିଛିଟା ଲାଭ ମିଳିବ । ପ୍ରସ୍ତାବ ଅନୁସାରେ ସେମାନଙ୍କୁ ପାଣି, ବିଜୁଳି, ହାଉସ ଟ୍ୟାକ୍ସ, ଗୃହଋଣ ଓ ସରକାରୀ ଆବାସ ଯୋଜନାରେ ରିହାତି ମିଳିବ । ୟୁପିର ୟୋଗୀ ସରକାରଙ୍କ ଏବଳି ନିଷ୍ପତ୍ତିକୁ ନେଇ ଏବେ ଚର୍ଚ୍ଚା ।
ଯୋଗୀଙ୍କ ଜନସଂଖ୍ୟା ହ୍ରାସ ଫର୍ମୂଲା। କଣ ମିଳିବ ସୁବିଧା ? ଯେଉଁ ସରକାରୀ ଅଧିକାରୀ ଓ କର୍ମଚାରୀ ଗୋଟିଏ ସନ୍ତାନ ନୀତି ଆପଣାଇବେ ସେମାନଙ୍କୁ ଇନକ୍ରିମେଣ୍ଟ, ପ୍ରମୋସନ ସହ ସରକାରୀ ଆବାସ ଯୋଜନାରେ ଛାଡ ଭଳି ସୁବିଧା ମିଳିବ । ଦୁଇଟି ପିଲାର ମାଆ-ବାପା ସରକାରୀ ଚାକିର କରୁନଥିଲେ ସେମାନଙ୍କୁ ବିଜୁଳି, ପାନୀୟ ଜଳ, ହାଉସ୍ ଟ୍ୟାକ୍ସ, ହୋମ୍ ଲୋନରେ ଛାଡ଼ ଭଳି ସୁବିଧା ଦେବେ ସରକାର ।


