
ନୂଆଦିଲ୍ଲୀ, ୧୦/୦୭/୨୧ (ଜିଲ୍ଲା ଖବର) : ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଫିଲ୍ମ’ଫାଇଟର’ରେ ଦୁହେଁ ଏକାଠି କାମ କରିବାକୁ ଯାଉଛନ୍ତି । ଖୁବ୍ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଯାଉଛି । ଏ ସମ୍ବନ୍ଧରେ ହ୍ରିତିକ୍ ରୋଶନ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଦୀପିକା ପାଦୁକୋନ୍ ଏବଂ ଅନ୍ୟ ଟିମ୍ ସଦସ୍ୟ ନଜର ଆସୁଛନ୍ତି ।
ଅଭିନେତା ଏହି ଫଟୋରେ ଏକ କଳା ରଙ୍ଗର ଟି-ସର୍ଟ ସହିତ ଟୋପି ପିନ୍ଧିଥିବା ନଜର ଆସୁଥିବା ବେଳେ, ଅଭିନେତ୍ରୀ ଲାଲ ରଙ୍ଗର ଆଉଟଫିଟରେ ନଜର ଆସୁଛନ୍ତି । ଏହି ଫଟୋ ସେୟାର କରି ହ୍ରିତିକ୍ ରୋଶନ ‘‘ଏହି ଗ୍ୟାଙ୍ଗ ଟେକଅପ୍ ପାଇଁ ରେଡି’, ବୋଲି ଲେଖିବା ସହ, ହାସ୍ଟ୍ୟାଗ୍ ‘ଫାଇଟର’ ବୋଲି ଲେଖିଛନ୍ତି । ତାଙ୍କର ଏହି ପୋଷ୍ଟକୁ ବେଶ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।
ପ୍ରକାଶ ଥାଉକି, ହ୍ରିତିକ ରୋଶନଙ୍କ ବାର୍ଥଡେ ଅବସରରେ ‘ଫାଇଟର’ ଫିଲ୍ମ ବିଷୟରେ ଘୋଷଣା କରାଯାଇଥିଲା । ଫିଲ୍ମଟିକୁ ୨୦୨୨ରେ ରିଲିଜ୍ କରାଯିବାର ଲକ୍ଷ ରଖା ଯାଇଛି । ଏହି ଫିଲ୍ମକୁ ସିଦ୍ଧାର୍ଥ ଆନନ୍ଦ ଡାଇରେକ୍ଟ କରିବେ।




