
୧୦/୦୭/୨୧ (ଜିଲ୍ଲା ଖବର) : ସେଓକୁ ସାଧାରଣତଃ ଖାଇବାରେ ବ୍ୟବହାର କରାଯାଇଥାଏ । ହେଲେ ସେଓ ତ୍ବଚାର ସୁନ୍ଦରତା ବଢାଇବାରେ ମଧ୍ୟ ବହୁତ୍ ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେଓ ଫେସପ୍ୟାକ୍ ଏବଂ ଏହାର ପ୍ରସ୍ତୁତି ଓ ବ୍ୟବହାର ସମ୍ପର୍କରେ ।
–ସେଓ ଫେସପ୍ୟାକ୍ ତ୍ବଚାରେ ତତକ୍ଷଣାତ ଚମକ ଆଣିବା ସହିତ, ଉଜ୍ବଳ,କମୋଳ,ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର ବିଷୟରେ –
-ସେଓର ଚୋପା ଛଡେଇ, ପ୍ରଥମେ ସେଓକୁ ସିଝାଇବେ । ଏହାପରେ ଏହି ସିଝା ସେଓର ପେଷ୍ଟ ପ୍ରସ୍ତୁତ କରି, ସେଥିରେ କଦଳୀ ପେଷ୍ଟ ଏବଂ ମଲାଇ ମିଶାଇ,ତ୍ବଚାରେ ଲଗାଇବେ । ଏହା ଶୁଖିବା ପରେ, ତ୍ବଚାକୁ ଧୋଇ ସଫା କରିବେ ।
ଅନ୍ୟ ଏକ ଉପାୟରେ ମଧ୍ୟ ଏହି ଫେସପ୍ୟାକ ପ୍ରସ୍ତୁତ କରି ପାରିବେ-
-ସେଓ ପେଷ୍ଟରେ ଡାଳମ୍ବ ରସ,ଲେମ୍ବୁ ରସ ମିଶାଇ ଫେସପ୍ୟାକ୍ ପ୍ରସ୍ତୁତ କରିବେ । ଏହାପରେ ଏହି ଫେସପ୍ୟାକକୁ ତ୍ବଚାରେ ଲଗାଇ ୧୫ ରୁ ୨୦ ମିନିଟ ଯାଏଁ ରଖିବେ । ତାପରେ ତ୍ବଚାକୁ ସଫା ପାଣିରେ ଧୋଇ ସଫା କରିବେ ।


