
୧୦/୦୭/୨୧ (ଜିଲ୍ଲା ଖବର) : ଚର୍ଚ୍ଚାରେ ଅଶ୍ୱିନୀ ବୈଷ୍ଣବ । ରେଳମନ୍ତ୍ରୀ ହେବା ପରଠୁ ନିଜର ପ୍ରତ୍ୟେକ କାମକୁ ନେଇ ସେ ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚାକୁ ଆସୁଛନ୍ତି । ଏବେ ତାଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ସିଗନାଲ୍ ବିଭାଗର ଇଞ୍ଜିନିୟରଙ୍କୁ କୁଣ୍ଢାଉଥିବାର ଦେଖିବାକୁ ମିଳିଛି ।
ଏହାସହ ମନ୍ତ୍ରୀ କହିଛନ୍ତି ଯେ, ମତେ ସାର ନୁହ୍ଁ ବସ୍ ଡାକନ୍ତୁ । ଅର୍ଥାତ୍ ଯେପରି କଲେଜ ମାନଙ୍କରରେ ସିନିୟମ ମାନଙ୍କୁ ବସ୍ ଡକାଯାଏ ଠିକ ସେପରି ମତେ ବସ୍ ଡାକନ୍ତୁ । ଏହାକୁ କିଛି ଜଣ ଓଲଟା ଅର୍ଥରେ ବୁଝି ପାରନ୍ତି । କିନ୍ତୁ ସତକଥାଟି ହେଉଛି ଯେ ଅଫିସରଙ୍କ ସହ ଆଲୋଚନା ସମୟରେ ଜାଣିବାକୁ ପାଇଥିଲେ ଯେ ସେଠାରେ ନିୟୋଜିତ ହୋଇଥିବା ସିଗନାଲ ବିଭାଗର ଇଞ୍ଜିନିୟର ତାଙ୍କ ସହ ଜୋଧପୁରରେ ପଢୁଥିବା ଏମବିଏମ୍ କଲେଜରେ ପଢୁଥିଲେ ।
ଏହା ଜାଣିବା ପରେ ତାଙ୍କୁ ତୁରନ୍ତ ଡକାଇଥିଲେ । ଏବଂ ତାଙ୍କୁ ଖୁସିରେ କୁଣ୍ଢାଇ ପକାଇଥିଲେ । ଆଉ କଲେଜ ବେଳରେ ଯେପରି ସିନିୟରଙ୍କୁ ବସ୍ କହି ଡାକୁଥିଲେ ତାହାକୁ ମନେ ପକାଇଥିଲେ । 1994 ବ୍ୟାଚ୍ ର ଆଇଏଏସ ଅଶ୍ୱିନୀ ବୈଷ୍ଣବ ଆଇ ଆଇଟି କାନପୁରରୁ ଏମ ଟେକ କରିଛନ୍ତି ।


