
କୁକୁଡାଖଣ୍ଡି ,୧୭/୮(ଇ.ରଞ୍ଜନ): କୁକୁଡାଖଣ୍ଡି ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ହମ୍ପସ ରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଛି I ଅଟୋ ଟି ଓଲଟି ପଡିବା ଫଳରେ ଘଟଣା ସ୍ଥଳରେ ହିଁ ଅଟୋରେ ବସିଥିବା ନୂଆଗଡ଼ ଗ୍ରାମର ଯୁଧିଷ୍ଠିର ନାଇକଙ୍କର ମୃତ୍ୟୁ ଘଟିଥିଲା I ଘଟଣାରୁ ପ୍ରକାଶଯେ ଗୋଟେ ପରିବାରର ନଅ ଜଣ ସଦସ୍ୟ ଏକ OD 07Q 2494 ଅଟୋ ଯୋଗେ ବ୍ରହ୍ମପୁର ମେଡିକାଲ କୁ ତାଙ୍କ ନାତିକୁ ଦେଖିବାକୁ ଆସିଥିଲେ , ବ୍ରହ୍ମପୁରରୁ ଫେରିବା ବେଳେ କୁକୁଡାଖଣ୍ଡି ତହସିଲ କାର୍ଯ୍ୟାଳୟନିକଟରେ ଥିବା ହମ୍ପସ ରେ ଭାରସାମ୍ୟ ହରାଇ ଅଟୋ ଟି ବିଲ ଭିତରକୁ ଖସି ଯାଇଥିଲା I ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସମସ୍ତେ ଆହତ ହୋଇଥିବା ଜଣାପଡିଛି I ସମସ୍ତ ଆହତ ବ୍ୟକ୍ତି ମାନଙ୍କୁ ଚିକିତ୍ସା ପାଇଁ ମେଡିକାଲ କୁ ପଠାଯାଇଛି I ଏହି ଦୁର୍ଘଟଣାର ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଂଚି ଅଟୋ ଡ୍ରାଇଭର କୁ ଗିରଫ କରିବା ସହ ଶବକୁ ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇଛି I



